ଭରତପୁର ତତ୍କାଳୀନ ଥାନାଧିକାରୀଙ୍କ ହୋଇପାରେ ନାର୍କୋଆନାଲିସିସ ପଲିଗ୍ରାଫ ଟେଷ୍ଟ

1 min read

ଭୁବନେଶ୍ବର: ଭରତପୁରରେ ଆର୍ମି ଅଧିକାରୀ ଓ ପୋଲିସ ବିବାଦ ଘଟଣାରେ ବଡ଼ ଅପଡେଟ । ତତ୍କାଳୀନ ଥାନାଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ହୋଇପାରେ ନାର୍କୋଆନାଲିସିସ, ପଲିଗ୍ରାଫ ଟେଷ୍ଟ ଓ ବ୍ରେନ ମ୍ୟାପିଂ । ନନ୍ଦିଘୋଷ ଟିଭି ହାତରେ Exclusive ଭିଜୁଆଲ। କୋର୍ଟଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ ଦୀନକୃଷ୍ଣ ମିଶ୍ର ।

ଯେକୌଣସି ପ୍ରକାର ତଦନ୍ତ ପାଇଁ ରାଜି ଥିବା କହିଛନ୍ତି ଦୀନକୃଷ୍ଣ । ଆଜି ଭୁବନେଶ୍ୱର SDJM କୋର୍ଟରେ ହାଜର ହୋଇଥିଲେ ଦୀନକୃଷ୍ଣ । ଗତକାଲି ଏସବୁ ଟେଷ୍ଟ ପାଇଁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।

ଭରତପୁର ଥାନାରେ କ୍ଯାପଟେନ ଓ ବାନ୍ଧବୀଙ୍କୁ ଯୌନ ନିର୍ଯାତନା ଘଟଣା। ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କୁ ନେଇ ସିନ ରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ। ଆର୍ମି ସୁରକ୍ଷାରେ ଥାନାରେ ପହଞ୍ଚିଥିଲେ କ୍ଯାପଟେନ ଓ ବାନ୍ଧବୀ । ଏହାସହ ଛାନବିନ ମଧ୍ଯ କରିଛି ଟିମ । ଆଜି ସକାଳେ ଥାନା ଭିତରେ ସବୁ ଦିଗକୁ ନେଇ ଯାଞ୍ଚ କରିଛି ଟିମ୍। ଭିଡିଓଗ୍ରାଫି ମାଧ୍ୟମରେ ତଦନ୍ତ ପ୍ରକ୍ରିୟାକୁ ରେକର୍ଡିଂ କରାଯାଇଛି । ଏହି ସମୟରେ ଭରତପୁର ଥାନାର ନୂଆ ଆଇଆଇସିଙ୍କ ସମେତ ସମସ୍ତ ପୋଲିସ ଉପସ୍ଥିତ ଥିଲେ । ଗତକାଲି ୪ଟାରେ ପୀଡ଼ିତା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ କ୍ରାଇମବ୍ରାଞ୍ଚ ଥାନାକୁ ଡାକିଥିଲେ। ହେଲେ ୩ ଘଣ୍ଟା ପରେ ବି ଟିମ ଆସି ନଥିଲେ ବୋଲି କୁହାଯାଉଛି।

ଦେଶବ୍ଯାପୀ ଚହଳ ସୃଷ୍ଟି କରିଥିଲା ଭରତପୁର ଥାନା ନିର୍ଯାତନା ଘଟଣା। ରାଜ୍ଯ ସରକାରଙ୍କ ଆଇନଶୃଙ୍ଖଳା ବ୍ଯବସ୍ଥା ଉପରେ ସୃଷ୍ଟି ହୋଇଥିଲା ପ୍ରଶ୍ନବାଚୀ। ଦେଶ ଓ ବିଦେଶରେ ବି ଚର୍ଚ୍ଚା ସୃଷ୍ଟି କରିଥିଲା ଘଟଣା। ପୋଲିସର ଥାର୍ଡ ଡିଗ୍ରୀ ନେଇ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ବିଚାର ବିଭାଗୀୟ ତଦନ୍ତ ଲାଗି ଦାବି କରିଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।