୭୮ ବର୍ଷ ଧରି ଏହି ଗାଁର ଲୋକେ କରୁଛନ୍ତି ମଜଦୂରୀ

ପାଟନା: ବିହାରରେ ରହିଛି ଏମିତି ଏକ ଗାଁ ଯେଉଁଠି ପ୍ରତି ଗ୍ରାମବାସୀ ଶ୍ରମିକ ଅଟନ୍ତି  । ସ୍ବାଧୀନତା ପର ଠାରୁ ଏହି ଗାଁରେ କେହି ବି ସରକାରୀ ଚାକିରି ପାଇ ନାହାନ୍ତି  । ଚାକିରି କଥା ଛାଡନ୍ତୁ ଗାଁର ମାତ୍ର ଦୁଇ ଜଣ ଉଚ୍ଚଶିକ୍ଷା ନାଁରେ ଦଶମ ପାସ୍‌ କରିଛନ୍ତି  । ବିଡମ୍ବନାର ବିଷୟ ଯେ ଆଖୁ ଚାଷର ସର୍ବବୃହତ କ୍ଷେତ୍ର ହୋଇଥିଲେ ମଧ୍ୟ ଗାଁର କୌଣସି ବ୍ୟକ୍ତିଙ୍କ ପାଖରେ ଜମିର ଛୋଟିଆ ଖଣ୍ଡଟିଏ ବି ନାହିଁ  ।

ଘର ନାଁରେ କେବଳ ମୁଣ୍ଡ ଗୁଞ୍ଜିବା ପାଇଁ କୁଡିଆ ଖଣ୍ଡେ ଖଣ୍ଡେ ରହିଛି । ପରିସ୍ଥିତି ଏମିତି ଯେ ଗାଁର ପୁରୁଷଙ୍କ ସହ ମହିଳାମାନେ ବି ଶ୍ରମିକ କାମ କରନ୍ତି  । ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ଏହି ଗାଁ ରହିଛି  । ଗାଁର ନାମ ହରକା ଅଟେ । ଗାଁରେ ପାଖାପାଖି ୮୦୦ ଲୋକେ ବସବାସ କରନ୍ତି  ।

ଆଶ୍ଚର୍ଯ୍ୟର ବିଷୟ ଯେ କୌଣସି ସରକାରୀ ଯୋଜନା ଏହି ଗାଁରେ ଏପର୍ଯ୍ୟନ୍ତ ପହଞ୍ଚି ପାରିନି  । ପାଖ ଗାଁର ଲୋକଙ୍କ କହିବା କଥା ଯେ ଏଠାକାର ଲୋକଙ୍କୁ କେବଳ ମଜଦୂରୀ କରି ଖାଇବା ଅଭ୍ୟାସ ହୋଇଯାଇଛି । ଏହାଠାରୁ ଅଧିକ କେହି ଏଠାରେ ଭାବି ପାରନ୍ତି ନାହିଁ  । ଯୁବବର୍ଗ ଠୁ ମହିଳା ଓ ବୟସ୍କ ସମସ୍ତେ ମଜଦୂରୀ କରଥାନ୍ତି । ଗାଁର ବୟସ୍କ ମହିଳା ଲୀଳାବତୀ ଦେବୀଙ୍କ ପତି ଗୋରଖପୁରରେ ରିକ୍ସା ଚଳାନ୍ତି  । ରାଜକୁମାର ସହନି ତାଙ୍କ ପୁଅ ଯିଏ କି ସବୁଠାରୁ ଅଧିକ ଦଶମ ପର୍ଯ୍ୟନ୍ତ ପାଠ ପଢିଛନ୍ତି  ।

ଘରର ଦୟନୀୟ ସ୍ଥିତିକୁ ଦେଖି ରାଜକୁମାରୀ ଏକ ବେସରକାରୀ ଅଫିସରେ କାମ କରୁଛନ୍ତି  । ଲୀଳାବତୀ ମଧ୍ୟ ପଡୋଶୀ ଗାଁରେ ଝାଡୁ ପୋଛା କରୁଛନ୍ତି  । ଗାଁରେ ପ୍ରତି ପରିବାରର କିଛି ଏଭଳି କାହାଣୀ ରହିଛି  ।