ଶତ୍ରୁ ସଂହାର ସହ ଆତଙ୍କୀ ମୁକାବିଲା ଲାଗି ଅସ୍ତରଙ୍ଗରେ ପ୍ରସ୍ତୁତ ନୌସେନା

ଅସ୍ତରଙ୍ଗ: ଶତ୍ରୁ ସଂହାର ସହ ଆତଙ୍କୀ ମୁକାବିଲା ଲାଗି ନୌସେନା ଜାଗତିଆର। ଅସ୍ତରଙ୍ଗ ଉପକୂଳରେ ଦୁଇଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି । ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଆରମ୍ଭ ହୋଇଛି ଦୁଇଦିନିଆ ସମରାଭ୍ୟାସ ସାଗର କବଚ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସମଗ୍ର ଭାରତ ଦୋହଲିଯିବା

ପରେ ଉପକୂଳ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବାକୁ ଉଭୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ତରଫରୁ ପ୍ରତେକ ବର୍ଷ ଆୟୋଜିତ ହେଉଛି ମିଳିତ ସମରାଭ୍ୟାସ । ଏହି ସମରାଭ୍ଯାସରେ ନୌସେନା, ତଟରକ୍ଷୀ ବାହିନୀ, ସାମୁଦ୍ରିକ ପୋଲିସ, ସାଗର ମିତ୍ର ପ୍ରମୁଖ ସାମିଲ ହୋଇଛନ୍ତି। ସାମୁଦ୍ରିକ ସୀମାରେ ଅନୁପ୍ରବେଶ ରୋକିବା ଲକ୍ଷ୍ୟରେ ଏହି ସମରାଭ୍ଯାସ ହୋଇଛି।

ବ୍ଲୁ ଫୋର୍ସ ଓ ରେଡ ଫୋର୍ସ ଦୁଇଟି ଟିମ୍ ହୋଇ ଏହି ସମରାଭ୍ୟାସ ଚାଲିଛି।ଉପକୂଳକୁ ବ୍ଲୁ ବାହିନୀ ଜଗିରହିଥିବା ବେଳେ ରେଡ ବାହିନୀ ଶତ୍ରୁ ପକ୍ଷହୋଇ ଦୂର ସମୁଦ୍ରକୁ ଯାତ୍ରା କରି ପୁଣି ଉପକୂଳ ମୁହାଁହୋଇ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ହୋଇଛି । ବ୍ଲୁ ବାହିନୀ ଉପକୂଳକୁ ରକ୍ଷା କରିବା ପାଇଁ ଶତ୍ରୁ ପକ୍ଷକୁ କଡା ଜବାବ ଦେବା ପାଇଁ ପ୍ରସ୍ତୁତ ହେଉଛି। ବାହ୍ୟ ଶତ୍ରୁ ଠାରୁ ଉପକୂଳକୁ ରକ୍ଷା କରିବା ପାଇଁ ଏହି ସମରାଭ୍ୟାସ ପ୍ରତିବର୍ଷ କରାଯାଇଥାଏ।