ହିଜବୁଲ୍ଲାର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିସାରିଲାଣି ଇସ୍ରାଏଲ, ଏକ୍ସରେ ଆଇଡିଏଫର ଘୋଷଣା

ନନ୍ଦିଘୋଷ ବ୍ୟୁରୋ : ହିଜବୁଲ୍ଲାର ଶୀର୍ଷ କମାଣ୍ଡରମାନଙ୍କୁ ନିପାତ କରିସାରିଲାଣି ଇସ୍ରାଏଲ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ କରିଛି ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଆଇଡିଏଫ । ଏହି ପୋଷ୍ଟରେ ଇସ୍ରାଏଲ ଆକ୍ରମଣରେ ନିହତ ହିଜବୁଲ୍ଲାର ଶୀର୍ଷ କମାଣ୍ଡରମାନଙ୍କ ଫଟୋ ଦେଇ ଦର୍ଶାଯାଇଛି । ଆଇଡିଏଫ କହିଛି, କୌଣସି ଆତଙ୍କବାଦୀ ସଂଗଠନ ସେମାନଙ୍କ ନାଗରିକଙ୍କ ପାଇଁ ବିପଦ ସୃଷ୍ଟି କଲେ ଛଡ଼ାଯିବ ନାହିଁ । ଇବ୍ରାହିମ ଅକିଲ ସମେତ ପ୍ରାୟ ଡଜନେ ଆତଙ୍କବାଦୀଙ୍କୁ ନିପାତ କରାଯିବା ପରେ ହିଜବୁଲ୍ଲାର ସାମରିକ କମାଣ୍ଡ ପ୍ରାୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହିଜବୁଲ୍ଲାକୁ ଚେତାବନୀ ଦେଇ ଇସ୍ରାଏଲ କହିଛି ଯେଉଁ ଆତଙ୍କବାଦୀ ସଂଗଠନ ଆମ ନାଗରିକଙ୍କ ପାଇଁ କୌଣସି କ୍ଷେତ୍ରରେ ବିପଦ ସୃଷ୍ଟି କରିବ ଆମେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ବେରୁତରେ ହୋଇଥିବା ଟାର୍ଗେଟ ଆକ୍ରମଣରେ ହିଜବୁଲ୍ଲାର ଅପରେସନ ୟୁନିଟର ମୁଖ୍ୟ ଇବ୍ରାହିମ ଅକିଲର ମୃତ୍ୟୁ ହୋଇଥିବା ଆଇଡିଏଫ ଘୋଷଣା କରିଛି ।