ଭରତପୁର ପାଇଁ ଭାରତ ବର୍ଷରେ ଖୋଲିଗଲା ଓଡିଶା ପୋଲିସର ମୁଖା

1 min read

ଭୁବନେଶ୍ବର : ରାଜଧାନୀର ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସର ମାଡ଼ ଓ ଯୌନ ଉତ୍ପୀଡନ ନେଇ ସେଦିନର କଳା କାହାଣୀକୁ କାନ୍ଦି କାନ୍ଦି କହିବା ପରେ ସାରା ଦେଶରେ ଏହାକୁ ନେଇ ସୃଷ୍ଟି ହୋଇଛି ଆଲୋଡନ । ଜାତୀୟ ମହିଳା କମିଶନଙ୍କୁ ଓଡିଶା ପୋଲିସ ରିପୋର୍ଟ ଦେବା ପରେ ଆଜି ଭରତପୁର ଥାନାରେ ପହଁଚି ସରଜମିନ ତଦନ୍ତ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ପରିଡା । ଥାନାରେ ଥିବା ସମସ୍ତ କର୍ମଚାରୀଙ୍କୁ ପଚାହରାଉଚରା ପରେ ଏମ୍ସ ଯାଇ ପୀଡିତା ଜଣଙ୍କୁ ଭେଟିଛନ୍ତି। ଅସହାୟ ମହିଳା ଜଣଙ୍କୁ ନ୍ୟାୟ ଦେବା ପାଇଁ କମିଶନ ପ୍ରସ୍ତୁତ ଥିବା କହିଛନ୍ତି ଅଧ୍ୟକ୍ଷା । ସେପଟେ ପୁରା ଘଟଣାରେ ବଦନାମ ହୋଇଥିବା ଭରତପୁର ଥାନା ତତ୍କାଳୀନ ଆଇଆଇସି ଓ ତାଙ୍କ ୪ ସହଯୋଗୀଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ଜୁଡିସିଆଲ ତଦନ୍ତ ଦାବି କରିଛନ୍ତି ।

ଆଜି ସକାଳୁ କ୍ରାଇମବ୍ରାଞ୍ଚ ମୂଳ ମାମଲା ନେଇ ଖୋଳତାଡ଼ ଆରମ୍ଭ କରି ଚନ୍ଦକା ଥାନାରେ ପହଞ୍ଚିବା ପରେ ୭ ଜଣଙ୍କୁ ଉଠାଇ ଆଣିଛି । ଏ ହେଉଛି ସେହି ସୁଇଫ୍ଟ ଡିଜାୟାର କାର । ଯୋଉ ଗାଡ଼ିରେ ବୁଲିବା ସହ ପଥରଗାଡ଼ିଆ ରାସ୍ତାରେ ହଲ୍ଲାବୋଲ ଡାକରା ଦେଇଥିଲେ ଅଭିଯୁକ୍ତ । ଦେଖନ୍ତୁ ପୋଲିସ ଓ ସିସିଟିଭିରୁ ବର୍ତ୍ତିବା ପାଇଁ କିଭଳି ନମ୍ବର ପ୍ଲେଟ ଉପରେ କାଦୁଅ ଲଗାଯାଇଛି । ସେପଟେ କେବଳ ଅପରାଧୀଙ୍କୁ ଗିରଫ କରି ଖସିଯାଉଥିବା ପୋଲିସ କୁ କଡା ଭାଷାରେ ଭର୍ଶନା କରିବା ସହ ଘଟଣାରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ର ମୁଖ୍ୟ ବିଚାରପତି ଙ୍କୁ ଚିଠି ଲେଖିଲେ କମାଣ୍ଡର ଜେନେରାଲ ପି.ଏସ୍. ସେଖାୱତ ।

we care we dare ନାରା ଦେଉଥିବା କମିଶନରେଟ ପୋଲିସ ଏବେ ସାରା ଦେଶରେ ବଦନାମ ହୋଇଛି । ପୋଲିସର ଛବି ଖରାପ କରିଥିବାରୁ ଖୁବଶୀଘ୍ର ବଡ ମୁଣ୍ଡ ଗଡିବ ବୋଲି ପାୱାର୍ କରିଡର ରେ ଚର୍ଚ୍ଚା ଜୋର ଧରିଛି ।