ରାଜସ୍ଥାନ ବୋରୱେଲ ଟ୍ରାଜେଡି: ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ଯା

1 min read

ନନ୍ଦିଘୋଷ ବ୍ୟୁରୋ: ଜିତିଲା ଜୀବନ । ବୋରୱେଲରୁ ଉଦ୍ଧାର ହେଲା ଅଢେଇ ବର୍ଷର ଶିଶୁକନ୍ଯା । ଦୀର୍ଘ ୧୮ ଘଣ୍ଟାର ଅପରେସନ ପରେ ଶିଶୁକନ୍ଯା ନିରୁକୁ ୩୫ ଫୁଟ ଗଭୀର ବୋରୱେଲରୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ବୁଧବାର ରାଜସ୍ଥାନ ଦୌସା ଅଂଚଳରେ ଖେଳୁଥିବାବଳେ ବୋରୱେଲ ମଧ୍ୟକୁ ଖସିପଡ଼ିଥିଲା ଶିଶୁକନ୍ଯା ନିରୁ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ଯ ମିଳିନଥିଲା । ଶେଷରେ ନିରୁ ବୋରଓ୍ୱେଲରେ ଖସିପଡିଥିବା ଜାଣିବାକୁ ପାଇଥିଲେ ପରିବାର। ଏହାପରେ SDRF ଓ NDRF ଟିମ୍ ନେଇ ରେସ୍କ୍ଯୁ ଅପରେସନ ଆରମ୍ଭ କରିଥିଲା ପ୍ରଶାସନ। ଯୁଦ୍ଧକାଳୀନଭିତ୍ତିରେ ରେସ୍କ୍ଯୁ ଅପରେସନ ଆରମ୍ଭ କରାଯାଇଥିଲା । ବୋରୱେଲ ନିକଟରେ ୩୧ ଫୁଟ ଗଭୀର ସମାନ୍ତରାଳ ଗାତ ଓ ୧୨ ଫୁଟର ସମାନ୍ତରାଳ ଟନେଲ ଖୋଳି ନିରୁକୁ ଉଦ୍ଧାର କରାଯାଇଥିଲା ।

ରେସ୍କ୍ଯୁ ଅପରେସନରେ ଗୋଟିଏ ଏଲଏନଟି, ୪ଟି ଜେସିବି ଓ ଦୁଇଟି ଟ୍ରାକ୍ଟରର ସାହାଯ୍ୟ ନିଆଯାଇଥିଲା । ଏଥିସହ ଶିଶୁଟିର ଗତିବିଧି ଦେଖିବା ପାଇଁ ଏକ କ୍ୟାମେରା ମଧ୍ୟ ଭିତରକୁ ଛଡା ଯାଇଥିଲା। ଶେଷରେ ନିରୁକୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।