ବିହାର ନାୱାଡ ଜିଲ୍ଲାରେ ଅଘଟଣ, ଦଳିତ ବସ୍ତିରେ ୮୦ ଘର ଜାଳିଦେଲେ ବାହୁବଳୀ

ନନ୍ଦିଘୋଷ ବ୍ୟୁରୋ: ବିହାର ନାୱାଡ ଜିଲ୍ଲାରେ ଅଘଟଣ। ଦଳିତ ବସ୍ତିରେ ଗୁଣ୍ଡାଗର୍ଦ୍ଦି କରି ବ୍ୟାପକ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଜାଳିଦେଇଛନ୍ତି ୮୦ ଘର। ନାୱାଡ ଜିଲ୍ଲାର କୃଷ୍ଣ ନଗର ଗାଁର ଘଟଣା। ଏହି ଘଟଣାରେ ଏକ ବଡ ଖବର ସାମ୍ନାକୁ ଆସିଛି । ପୋଲିସ ସୂଚନା ଅନୁଯାୟୀ, ଏହି ହିଂସାକାଣ୍ଡ ଜମି ବିବାଦକୁ ନେଇ ହୋଇଛି । ଏହି ଜମି ବିହାର ସରକାରଙ୍କ ହୋଇଥିବା ବେଳେ ଗୋଟେ ପକ୍ଷ ଲୋକ ଏବାକୁ ନିଜ ଜମି ବୋଲି ଦାବି କରୁଥିବା ବେଳେ ଅନ୍ୟପକ୍ଷ ଲୋକ ମଧ୍ୟ ଏହି ଜମିକୁ ନିଜର ବୋଲି ଦାବି କରିଛନ୍ତି। ଏହାକୁ ନେଇ ବସ୍ତିରେ ହିଂସାକାଣ୍ଡ ଘଟାଇଛନ୍ତି ବାହୁବଳୀ ।  ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଗାଁ ଲୋକ କହିଛନ୍ତି ଯେ, ବୁଧବାର ଦିନ ୧୦୦ ବାହୁବଳୀ ଦଳିତ ବସ୍ତିରେ ଆସି ପହଞ୍ଚିଥିଲେ । ବସ୍ତିରେ ୫୦ ରାଉଣ୍ଡ ଗୁଳିମାଡ କରିବା ସହ ଘର ଗୁଡିକରେ ନିଆଁ ଲଗାଇ ଦେଇଥିଲେ । ଖବର ପାଇ ସ୍ଥାନୀୟ ଅଧିକାରୀ, ଡିଏମ୍ ଓ ପୋଲିସ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଏହି ଘଟଣାରେ ପୋଲିସ ୧୦ ଜଣଙ୍କୁ ଗିରଫ କରିଛି ।