ନେପାଳୀଙ୍କ ଭଳି ଦେଖାଯାଉଥିବାରୁ ପାସପୋର୍ଟ କାର୍ଯ୍ୟାଳୟରେ ହଟହଟ୍ଟା ହେଲେ ଦୁଇ ଭଉଣୀ

ହରିୟାଣା: ଚେହେରା ପାଇଁ ହଟହଟା ହେଲେ ଦୁଇ ଭଉଣୀ । ଭାରତରେ ଜନ୍ମ ହେଲେ, ବଡ଼ ହେଲେ, ପାଠ ବି ପଢ଼ିଲେ କିନ୍ତୁ ଯେତେବେଳେ ପାସପୋର୍ଟ ତିଆରି କରିବା ପାଇଁ ପାସପୋର୍ଟ କାର୍ଯ୍ୟାଳୟରେ ପହଞ୍ଚିଲେ ସେତେବେଳେ ଘଟିଲା ଏକ ଆଶ୍ଟର୍ଯ୍ୟ କରିଦେବା ଭଳି ଘଟଣା । ନେପାଳୀ ଭଳି ଦେଖାଯାଉଥିବାରୁ  ବିନା କୈଣସି କାଗଜପତ୍ର ଦେଖି ଅଫିସରେ ବସିଥିବା ଅଫିସର କେବଳ ତାଙ୍କ ଚେହେରା ଦେଖି ସେ ପାସପୋର୍ଟ ତିଆରି କରି ପାରିବେ ନାହିଁ ବୋଲି କହିଥିଲେ ।

ଏଭଳି ଘଟଣା ଦେଖିବାକୁ ମିଳିଛି ହରିୟାଣଆର ଅମ୍ବାଲା ସହରରେ । ପାସପୋର୍ଟ ତିଆରି କରିବା ପାଇଁ ଅମ୍ବାଲାରୁ ଚଣ୍ଡିଗଡ଼ ଯାଇଥିଲେ ଦୁଇ ଭଉଣୀ ସନ୍ତୋଷ ଏବଂ ସୁଷମା । ତେବେ ଦୁହିଁଙ୍କ କାଗଜ ପତ୍ର ଦେଖି ଅଫିସର ଏମିତି କିଛି ଟିପ୍ପଣୀ ଦେଇଥିଲେ ଯାହାକୁ ଶୁଶି ଖୋଦ ସେମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ଜଣାଇ ରଖୁଛୁ ଯେ ସନ୍ତୋଷଙ୍କ ପାଖରେ ଆଧାର କାର୍ଡ୍, ପ୍ୟାନ କାର୍ଡ ଥିବା ସହ ସେ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । କିନ୍ତୁ ପାସପୋର୍ଟ ଅଫିସରେ ତାଙ୍କ କାଗଜ ପତ୍ର ନଦେଖି ତାଙ୍କୁ ନେପାଳୀ ବୋଲି କୁହାଗଲା ।

ସନ୍ତୋଷ ଅମ୍ବାଲା ସହରରେ ଜନ୍ମ ଗ୍ରହଣ କରିଛନ୍ତି ଏବଂ କୁରୁକ୍ଷେତ୍ର ୟୁନିଭର୍ସିଟିରୁ ଡିଗ୍ରୀ ହାସଲ କରିଛନ୍ତି । ସନ୍ତୋଷ ନିଜ ବାପାଙ୍କ ବୁଟିକରେ କାମ କରନ୍ତି । କିନ୍ତୁ କିଛି ଦିନ ପୂର୍ବରୁ ଭଉଣୀ ସୁଷମା ବିଦେଶ ଯାଇ ପାଠ ପଢ଼ିବା ପାଇଁ ଆଶା କରିଥିଲେ । ତେଣୁ ପୋସପୋର୍ଟ ପାଇଁ ଧାର୍ଯ୍ୟ ସମସ୍ତ କାଗଜ ପତ୍ର ଦେଇ ସେ ପାସପୋର୍ଟ ପ୍ରସ୍ତୁତ କରିବା ପାଇଁ ଗଲେ । କିନ୍ତୁ ସେଠାରେ ତାଙ୍କ ଚେହେରା ଦେଖି ସେ ନେପାଳୀ ଭଳି ଦେଖାଯାଉଥିବା ବୋଲି କହି ପାସପୋର୍ଟ ଦେବା ପାଇଁ ମନା କରିଦେଲେ ଦାୟିତ୍ୱରେ ଥିବା ଅଧିକାରୀ । ତାଙ୍କ ପାସପୋର୍ଟ ଆପ୍ଲିକେସନରେ ଟିପ୍ପଣୀ ଦେଇ ଅଫିସର କହିଛନ୍ତି ଯେ, ‘ଆବେଦନକାରୀ ନେପାଳୀ ଭଳି ଦେଖାଯାଉଛନ୍ତି’ ।

ପରବର୍ତ୍ତୀ ସମୟରେ ଏ ବାବଦରେ ହରିୟାଣାର ମନ୍ତ୍ରୀ ଅନିଲ ବିଜଙ୍କ ସହି କଥା ହେବାରୁ ତାଙ୍କ ପାସପୋର୍ଟ ତିଆରି କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା ବୋଲି ସନ୍ତୋଷ ସୀଚନା ଦେଇଛନ୍ତି ।

 

Leave a Reply