କଟକରେ ସିରିଜ୍ ଦୁର୍ଘଟଣା

କଟକ : କଟକ ଯୋବ୍ରା ଆନିକଟ ବ୍ରିଜ ଉପରେ ସିରିଜ ଦୁର୍ଘଟଣା । ପିକଅପ ଭ୍ଯାନ ଓ ଏକ ଅଟୋକୁ ଧକ୍କା ଦେଲା ସ୍କର୍ପିଓ । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇଥିବା ଗାଡ଼ିରେ ଦୁଇ ଜଣ ଝିଅ ଓ ତିନି ଜଣ ପୁଅ ରହିଥିଲେ । ଗାଡ଼ିଟିର ଆଗ ଓ ପଛରେ ଥିବା ନମ୍ବର ଅଲଗା ରହିଥିଲା । ସ୍କର୍ପିଓ ଭିତରେ ଏକାଧିକ ମଦ ବୋତଲ ପଡ଼ିଥିଲା । ଏଣୁ ନିଶାରେ ଚୁର୍ ହୋଇ ବେପରୁଆ ଗାଡ଼ି ଚାଳନାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡ଼ିଟିକୁ ଜବତ କରିବା ସହ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ବ୍ରିଜ ଉପରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।