୭୫ ବର୍ଷ ପରେ ବାତ୍ୟା ଯୋଗୁଁ ଛାରଖାର ଚୀନ

ସାଙ୍ଘାଇ: ବାତ୍ୟା ବେବିଙ୍କା ଯୋଗୁଁ ଛାରଖାର ଚୀନ  । ଦୀର୍ଘ ୭୫ ବର୍ଷ ପରେ ଚୀନ୍‌ର ସାଙ୍ଘାଇ ଲ୍ୟାଣ୍ଡଫଲ କରିଛି ବାତ୍ୟା ବେବିଙ୍କା  । ଘଣ୍ଟାପ୍ରତି ୧୫୦ କିମି ବେଗରେ ସାଙ୍ଘାଇରେ ବହୁଛି ପବନ  । ସ୍ଥାନୀୟ ସମୟାନୁସାରେ ଆଜି ସକାଳ ସାଢେ ୭ଟା ସମୟରେ ଲ୍ୟାଣ୍ଡଫଲ କରିଛି ବେବିଙ୍କା  ।

 

ସହରର ୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି  । ସହରକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ବନ୍ଦ କରିଦିଆଯାଇଛି  । ରବିବାର ରାତିରୁ ସମସ୍ତ ଉଡାଣକୁ ବାତିଲ କରିଦିଆଯାଇଛି  । ସେହିପରି ବସ୍‌ ଓ ଫେରୀ ସେବା ବି ବନ୍ଦ ରହିଛି  ।

 

ବାତ୍ୟା ମୁକାବିଲା କରିବା ପାଇଁ ସାଙ୍ଘାଇରେ ୫୬ ହଜାରରୁ ଊର୍ଦ୍ଧ୍ବ ସୁରକ୍ଷାକର୍ମୀ ମୁତୟନ ଅଛନ୍ତି  । କିଛିଦିନ ପୂର୍ବରୁ ଶକ୍ତିଶାଳୀ ବାତ୍ୟା ୟାଗୀ ଦକ୍ଷିଣ ଚୀନରେ ତାଣ୍ଡବ ରଚିଥିଲା  । ଏଥିଯୋଗୁଁ ୪ ଜଣ ପ୍ରାଣ ହରାଇ ଥିବାବେଳେ ୯୫ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ  । ସେହିପରି ଟେଲିକମ ସେବା ବାଧାପ୍ରାପ୍ତ ଯୋଗୁଁ  ୧୨ ଲକ୍ଷ ଲୋକେ ପ୍ରଭାବିତ ହୋଇଥିଲେ  ।