ମାତ୍ର ୩୦୦ ମିଟର ଦୂରରେ ଥିଲା ଆକ୍ରମଣକାରୀ ତଥାପି ବଞ୍ଚିଗଲେ ଟ୍ରମ୍ପ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନର ଠିକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କୁ ପୁଣିଥରେ ହତ୍ୟା ଉଦ୍ୟମ କରାଯାଇଛି  । ଅଳ୍ପକେ ବର୍ତ୍ତି ଯାଇଛନ୍ତି ଟ୍ରମ୍ପ  । ଫ୍ଲୋରିଡା ସ୍ଥିତ ଇଣ୍ଟରନ୍ୟାସନାଲ ଗଲ୍‌ଫ କୋର୍ସରେ ଖେଳୁଥିବା ସମୟରେ ଆତତାୟୀ ତାଙ୍କୁ ଟାର୍ଗେଟ କରିଥିଲେ  । କିନ୍ତୁ ଏ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି  । ଆକ୍ରମଣକାରୀ ଦୂରବୀନରେ ଏକେ ୪୭ ରାଇଫଲ ସଂଯୋଗ କରି ଟ୍ରମ୍ପଙ୍କୁ ଟାର୍ଗେଟ କରିଛି  । ଦ୍ବିତୀୟ ଥର ଟ୍ରମ୍ପଙ୍କୁ ହତ୍ୟା ଉଦ୍ୟମ କରାଯାଇଛି  । ଏହା ପୂର୍ବରୁ ଜୁଲାଇରେ ପେନସିଲଭେନିଆ ରାଲିରେ ହତ୍ୟା ଉଦ୍ୟମ କରାଯାଇଥିଲା  ।

ଦ୍ବିତୀୟ ଥର ହତ୍ୟା ଉଦ୍ୟମ ପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ନିଜ ୱେବସାଇଟରେ ପୋଷ୍ଟ କରିଛନ୍ତି  । ‘‘ସେ ଲେଖିଛନ୍ତି ଡର ନାହିଁ, ମୁଁ ସୁରକ୍ଷିତ । ମୁଁ ସମ୍ପୂର୍ଣ୍ଣ ଠିକ ଅଛି  । ମୋତେ କେହି ଅଟକାଇ ପାରିବେନି . ମୁଁ କେବେ ହାରିବିନି’’  ।

ଏହି ଆକ୍ରମଣ ପରେ ସିକ୍ରେଟ ସର୍ଭିସ ଏଜେଣ୍ଟ ଆକ୍ରମଣକାରୀକୁ ଗିରଫ କରିଥିଲେ  । ଟ୍ପମ୍ପ ଗଲ୍‌ଫ ଖେଳିବା ସମୟରେ ମାତ୍ର ୩୦୦ରୁ ୫୦୦ ମିଟର ଦୂରରେ ଟ୍ରମ୍ପକୁ ଆକ୍ରମଣ କରିଥିଲା ଆତତାୟୀ  । ଦୂରବୀକ୍ଷଣ ଲାଗିଥିବା ଏକେ ୪୭ ଧରି ଏକ ବୁଦାରେ ସେ ଲୁଚିଥିଲା  । କିନ୍ତୁ ଠିକ୍‌ ସମୟରେ ଅଙ୍ଗରକ୍ଷୀଙ୍କ ନଜର ତା ଉପରେ ପଡିବାରୁ ଟ୍ରମ୍ପ ଜୀବନରକ୍ଷା କରିପାରିଥିଲେ  ।