ଆଖି ବୁଜିଲେ ସିପିଆଇ(ଏମ) ନେତା ସୀତାରାମ ୟେଚୁରୀ
ନୂଆଦିଲ୍ଲୀ: ସିପିଆଇ(ଏମ) ସାଧାରଣ ସମ୍ପାଦକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ସୀତାରାମ ୟେଚୁରୀଙ୍କ ପରଲୋକ । ୭୨ ବର୍ଷ ବୟସରେ ଆଖି ବୁଜିଛନ୍ତି ସୀତାରାମ ୟେଚୁରୀ । ଦୀର୍ଘ ଦିନର ଅସୁସ୍ଥତା ପରେ ଆଜି ସେ ଆଖି ବୁଜିଛନ୍ତି ।
ଫୁସଫୁସ ଜନିତ ସଂକ୍ରମଣ କାରଣରୁ ସେ ଏମ୍ସର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ଦୀର୍ଘଦିନରୁ ସେ ଭେଣ୍ଟିଲେଟରରେ ଥିଲେ । ବିଶେଷଜ୍ଞଙ୍କ ତତ୍ତ୍ବାବଧାନରେ ରହିବା ପରେ ଆଜି ତାଙ୍କର ଦେହାନ୍ତ ହୋଇଛି । ୨୦୧୫ରୁ ସେ ସିପିଆଇଏମର ସାଧାରଣ ସମ୍ପାଦକ ଦାୟିତ୍ବ ନେଇଛନ୍ତି ।
ସିପିଏମ ପଲିଟିବ୍ଯୁରୋର ସଦସ୍ଯ ଥିଲେ ସୀତାରାମ ୟେଚୁରୀ । ୨୦୦୫ରୁ ୨୦୧୭ ଯାଏ ସେ ରାଜ୍ଯସଭା ସଦସ୍ଯ ଥିଲେ । ଦିଲ୍ଲୀ ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଜେଏନୟୁରୁ ଶିକ୍ଷାଲାଭ କରିଥିବା ସୀତାରାମ ଏସଏଫଆଇର ଜଣେ ଟାଣୁଆ ନେତା ଥିଲେ । ସୀତାରାମ ସିପିଏମରେ ୧୯୭୫ରେ ଯୋଗ ଦେଇଥିଲେ ।
ଜେଏନୟୁର ୩ ଥର ସଭାପତି ଥାଇ ଦେଖାଇଥିଲେ ପରାକାଷ୍ଠା । ୧୯୯୨ରେ ସେ ହୋଇଥିଲେ ପଲିଟିବ୍ଯୁରୋ ସଦସ୍ଯ । ୟୁପିଏ ସରକାର ଅମଳରେ ସର୍ବନିମ୍ନ ସାଧାରଣ କାର୍ଯ୍ୟକ୍ରମ ଚିଠା କମିଟିରେ ଥିଲେ ସୀତାରାମ ।