ଖାଇବା ବିଲ୍ ମାଗିବାରୁ ୱେଟର ଉପରେ ଶୁଝାଇଲେ ରାଗ

1 min read

ନନ୍ଦିଘୋଷ ବ୍ୟୁରୋ: ୱେଟରଙ୍କ ସହ ବର୍ବରତା। ଖାଇବା ବିଲ୍ ମାଗିବାରୁ ୱେଟର ଉପରେ ଶୁଝାଇଲେ ରାଗ । ନିଜ କାରରେ ୱେଟରଙ୍କୁ ଘୋଷାରି ନେଲେ ୧ କି.ମି.ରୁ ଅଧିକ ବାଟ । ସିସିଟିଭିରେ କଏଦ୍ ହେଲା ଦୃଶ୍ୟ । ଏଭଳି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରରେ। ଶନିବାର ମେହେକର-ପନ୍ଦରପୁର ପାଲଖୀ ରାଜପଥସ୍ଥିତ ହୋଟେଲକୁ ଖାଇବାକୁ ଆସିଥିଲେ ତିନି ଜଣ । ସମସ୍ତେ ଖାଇସାରିବା ପରେ ପାର୍କିଂରେ ଥିବା କାର୍ ପାଖକୁ ଚଲିଆସିଥିଲେ । ବିଲ ପୈଠ ପାଇଁ ୱେଟରଙ୍କୁ କ୍ୟୁଆର୍ କୋଡ୍ ସ୍କାନର ଆଣିବାକୁ ପଠାଇଥିଲେ । ୱେଟର୍‌ ଜଣକ ସ୍କାନର ଆଣି ଆସିବା ପ‌ରେ ଯୁକ୍ତିତର୍କ ହୋଇଥିଲା  । ହଠାତ୍ ଜଣେ ଗ୍ରାହକ ଦୌଡ଼ି ଯାଇ କାର୍‌ ଭିତରେ ପଶି ପଳାଇ ଯିବାକୁ ଚେଷ୍ଟା କରିଥିଲେ । ମାତ୍ର ୱେଟର୍‌ କାର୍‌ର‌ ଡୋର୍‌କୁ ଭିଡି ଧରିବାରୁ ପ୍ରାୟ ୧ କିଲୋମିଟର୍‌ ବାଟ ଘୋଷାରି ହୋଇଯାଇଥିଲେ । କେବଳ ସେତିକି ନୁହେଁ ରାତି ତମାମ୍ ୱେଟରଙ୍କୁ ମାଡ଼ ମାରିଥିଲେ । ଅଭିଯୁକ୍ତ ମାନେ ତାଙ୍କ ପକେଟରୁ ସବୁ ଟଙ୍କା ଛଡାଇନେଇଥିଲେ । ଏ ନେଇ ୱେଟର ଜଣଙ୍କ ପୋଲିସରେ ଅଭିଯୋଗ କରିଥିବା ସୂଚନା ।