ସୁନା କିଣୁଥିଲେ ସାବଧାନ! ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ

ନନ୍ଦିଘୋଷ ବ୍ୟୁରୋ: ସୁନା କିଣୁଥିଲେ ସାବଧାନ । ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ। ଗତ ୫ ମାସରେ ଯୋଗାଣ ବିଭାଗ ପକ୍ଷରୁ କରାଯାଇଥିବା ରେଡ୍ ବେଳେ ଏପରି ଖବର ସାମ୍ନାକୁ ଆସିଛି । ୫ ମାସରେ ମୋଟ ୩ ହଜାର ୧୨୫ଟି ରେଡ୍ ହୋଇଥିବାବେଳେ ୧୧୬ ଜଣ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ନଜରକୁ ଆସିଛି । ଅସାଧୁ ବ୍ଯବସାୟୀଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ୩ ଲକ୍ଷ ୧୩ ହଜାର ୮୦୦ ଟଙ୍କାର ଫାଇନ ଆଦାୟ କରାଯାଇଛି । ଗଞ୍ଜାମ, ଖୋର୍ଦ୍ଧା ଓ କଟକରେ ସର୍ବାଧିକ ଗ୍ରାହକ ଠକେଇର ଶିକାର ହୋଇଛନ୍ତି । କେବଳ ଗଞ୍ଜାମ ଓ କଟକରେ ୧୭ ଜଣ ବ୍ୟବସାୟୀ ଓ ଖୋର୍ଦ୍ଧାରେ ୧୬ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିବା ସୂଚନା ମିଳିଛି । ତେବେ ଗତବର୍ଷ ୪୯୫ ବ୍ୟବସାୟୀ ଗ୍ରାହକଙ୍କୁ ଠକିଥିଲେ । ସେମାନଙ୍କଠାରୁ ୧୫ ଲକ୍ଷ ୩୦ ହଜାର ଫାଇନ ଆଦାୟ ହୋଇଥିଲେ । ଠକେଇ ନେଇ ବିଧାନସଭାରେ ଯୋଗାଣ ମନ୍ତ୍ରୀ ଏହି ତଥ୍ଯ ପ୍ରଦାନ କରିଛନ୍ତି ।