ଚିକିତ୍ସା ପାଇଁ ମେଡିକାଲକୁ ଯାଇ ରେଲୱେ କର୍ମଚାରୀ ନିଖୋଜ

1 min read

ନନ୍ଦିଘୋଷ ବ୍ୟୁରୋ: ଚିକିତ୍ସା ପାଇଁ ମେଡିକାଲକୁ ଯାଇ ରେଲୱେ କର୍ମଚାରୀ ନିଖୋଜ । ଶରୀର ଅସୁସ୍ଥ ଥିବାରୁ ଚିକିତ୍ସାପାଇଁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ଯାଇଥିଲେ ତୁମୁସିଙ୍ଗା ଥାନା କୋଟଗରା ଗାଁ ଉପରଗୋଡ଼ା ସାହିର ସୋମନାଥ ସାହୁ l ଏମ୍ସରେ ସ୍ୱାସ୍ଥ୍ୟପରୀକ୍ଷା କରାଇ ଟ୍ରେନ ଯୋଗେ ଫେରିବା ପାଇଁ ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅପେକ୍ଷା କରିଥିଲେ  l ସାଙ୍ଗରେ ନିଜ ପୁଅ ଓ ପୁତୁରା ଥିବାବେଳେ ଟ୍ରେନକୁ ଅପେକ୍ଷା କରି ଷ୍ଟେସନ ରେ ବୁଲାବୁଲି କରୁଥିଲେ ସୋମନାଥ l କିନ୍ତୁ ସେଠାରୁ ହଠାତ କେଉଁଆଡେ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସିସିଟିଭି ସହାୟତାରେ ରେଲୱେ ପୋଲିସ ଠାବ କରିବା ପାଇଁ ଚେଷ୍ଟା କରିଥିଲେ l ତେବେ ପ୍ଲାଟଫର୍ମରେ ଲାଗିଥିବା ପାଟନା ସ୍ପେଶାଲ ଟ୍ରେନରେ ଚାଲିଯାଇଥିବା ସନ୍ଦେହ କରିଛନ୍ତି l ସୋମନାଥ ଜଣେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ ହୋଇଥିବା ବେଳେ ତାଙ୍କର ବ୍ରେନଟ୍ୟୁମର ହୋଇଥିବା ନେଇ ପରିବାର ଲୋକ କହିଛନ୍ତି । ସେଥିପାଇଁ ସେ ପ୍ରତିଦିନ ଔଷଧ ଖାଉଥିଲେ । ତାଙ୍କର ମାନସିକ ସ୍ଥିତି ଦୁର୍ବଳ ଥିବା ପରିବାର ଲୋକ କହିଛନ୍ତି l ତେଣୁ ଯଦି କେହି ସହୃଦୟ ବ୍ୟକ୍ତି ତାଙ୍କ ସନ୍ଧାନ ପାଆନ୍ତି ତେବେ 8847883810 ଓ 8249931906 କୁ ଯୋଗାଯୋଗ କରିବା ପାଇଁ ପରିବାର ଲୋକ ଅନୁରୋଧ କରିଛନ୍ତି l