କେନ୍ଦ୍ର ଓ ରାଜ୍ଯ ବିଜେପି ସରକାରର ପ୍ରତାରଣା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଆପ୍

ନନ୍ଦିଘୋଷ ବ୍ୟୁରୋ: କେନ୍ଦ୍ର ଓ ରାଜ୍ଯର ବିଜେପି ସରକାରର ପ୍ରତାରଣା ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବ ଆମ୍ ଆଦମୀ ପାର୍ଟି । ମାସକୁ ୩୦୦ ୟୁନିଟ ମାଗଣା ବିଜୁଳି, ସୁଭଦ୍ରା ଧୋକା ଓ ବାର୍ଦ୍ଧକ୍ଯ ଭତ୍ତା ପ୍ରସଙ୍ଗରେ ରାଜ୍ଯବାସୀଙ୍କୁ ବିଜେପିର ଧୋକା ବିରୋଧରେ ପ୍ରତିବାଦ କରିବ ଦଳ । ଭୁବନେଶ୍ଵର ପିଏମଜି ଛକରେ ଆସନ୍ତା ୧୩ ତାରିଖ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଆପ୍ ଓଡ଼ିଶା ଶାଖା ତରଫରୁ ସୂଚନା ଦିଆଯାଇଛି  । ଦଳର ଅଭିଯୋଗ ଅନୁସାରେ, ମାଗଣା ବିଜୁଳି ଦେବାକୁ ବିଜେପି ନିର୍ବାଚନ ସମୟରେ ପ୍ରତିଶୃତି ଦେଇଥିଲା । ସବୁ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେବା କହି କେବଳ ୨୧ରୁ ୬୦ ଵର୍ଷର ମହିଳାଙ୍କୁ ଵର୍ଷକୁ ୧୦ ହଜାର ଟଙ୍କା ଦେବାକୁ କହି ବିଜେପି ଅସଲ ରୂପ ଦେଖାଇଛି । ସେହିପରି ସବୁ ଭତ୍ତା ହିତାଧିକାରୀଙ୍କୁ ୩ ହଜାର ୫୦୦ ଟଙ୍କା ଭତ୍ତା ଦେବାକୁ କହି କେବଳ ୮୦ ବର୍ଷରୁ ଅଧିକ ବୟସର ହିତାଧିକାରୀଙ୍କ ଭତ୍ତା ବୃଦ୍ଧି ହୋଇଛି । ବିଜେପି ସରକାରର ଏହି ପ୍ରତାରଣା ବିରୋଧରେ ଦଳ ଆନ୍ଦୋଳନକୁ ଓହ୍ଲାଇବ ।