ଢେଙ୍କାନାଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା: ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ

ଢେଙ୍କାନାଳ: ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା। ଘଟଣାରେ ଆଉ ଜଣଙ୍କୁ ଅଟକ ରଖିଛି ପୋଲିସ। ଘଟଣାରେ ରବିବାର ୪ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆଜି ୪ ଜଣଙ୍କର ହେବ ଡାକ୍ତରୀ ମାଇନା। ପୀଡ଼ିତାଙ୍କର ମଧ୍ୟ ଆଜି କୋର୍ଟରେ ହେବ ବୟାନ ରେକର୍ଡ। ଏହି ଘଟଣାକୁ ନେଇ ସବୁଠି ନିନ୍ଦା କରାଯାଇଛି।

ସୂଚନାଯୋଗ୍ୟ, ୨୨ ବର୍ଷୟୀ ଯୁବତୀଙ୍କୁ ଅଙ୍ଗନବାଡ଼ି ଛାତ ଉପରକୁ ଟେକି ନେଇ ୭ ଜଣ ବ୍ଯକ୍ତି ବାରମ୍ବାର ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ବାପା ଆଗରେ ଝିଅକୁ ଟେକି ନେଇ ଦୁଷ୍କର୍ମ କରିଥିବା  ନେଇ ଅଭିଯୋଗ ହୋଇଥିଲା। ବାପା ମାନସିକ ରୋଗୀ ହୋଇଥିବା ସୂଚନା ମିଳିଛି। ଯୁବତୀଜଣକ ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି। କିଛିଦିନ ହେବ ପ୍ରତ୍ୟେକ ଦିନ ଯୁବତୀଙ୍କୁ ରାତିରେ ଗଣଦୁଷ୍କର୍ମ କରାଯାଉଥିବା ବୋଲି ଅଭିଯୋଗ ହୋଇଥିଲା।। ଯୁବତୀଙ୍କୁ ପୋଲିସ ଉଦ୍ଧାର କରି ସଖୀ କେନ୍ଦ୍ରରେ ରଖିଛି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଞ୍ଚଳରେ ଏହି ଘଟଣା ଘଟିଛି।