ଷ୍ଟେଟ୍ ମ୍ୟୁଜିୟମ୍‌ରେ ହଜାର ହଜାର ବର୍ଷର ପୂରାତନ ଗଜାନନ ମୂର୍ତ୍ତି

ଭୁବନେଶ୍ବର: ଷ୍ଟେଟ୍ ମ୍ୟୁଜିୟମ୍‌ରେ ଗଜାନନ । ହଜାର ହଜାର ବର୍ଷର ପୂରାତନ ମୂର୍ତ୍ତି । ତାଳପତ୍ର, ପଟ୍ଟଚିତ୍ର ଠାରୁ ଆରମ୍ଭ କରି ଆଧୁନିକ ସମୟର ମୂର୍ତ୍ତି ରହିଛି । ପୂର୍ବପୂରୁଷଙ୍କ କାରିଗରୀ ବିଦ୍ୟାର ଝଲକରେ ବିଘ୍ନରାଜଙ୍କୁ ଦେଖୁଛନ୍ତି ଲୋକେ । ସପ୍ତମରୁ ଚତୁର୍ଦ୍ଦଶ ଶତାଦ୍ଦୀ ମଧ୍ୟରେ ଚିହ୍ନଟ ହୋଇଥିବା ମୂର୍ତ୍ତି ଗୁଡିକ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି ।

କେବଳ ପୂରାତନ ମୂର୍ତ୍ତି ନୁହେଁ ଗଜାନନଙ୍କର ବିଭିନ୍ନ ମୁଦ୍ରା ବି ଦେଖିବାକୁ ମିଳିଛି । ବିଶେଷ କରି ପଞ୍ଚମୁଖୀ ଗଣେଶ, ଡ୍ୟାନ୍ସିଂ ଗଣେଶ, ଦଶାବତାର ଗଣେଶ, ନବମ ଶତାଦ୍ଦୀର ଗଣେଶ ମୂର୍ତ୍ତି ବେଶ ଆକର୍ଷଣୀୟ ହୋଇଛି । ଯାହାକୁ ପ୍ରତିଦିନ ହଜାର ହଜାର ଛାତ୍ରଛାତ୍ରୀ ଦେଖିବା ସହ ବର୍ଷ ବର୍ଷ ତଳେ ଲୋକମାନେ କିଭଳି ଗଣେଶଙ୍କ ମୂର୍ତ୍ତି ନିଖୁଣ ଭାବରେ ନିର୍ମାଣ କରୁଥିଲେ ତାହା ଜାଣିବାକୁ ପାଉଛନ୍ତି ।

ଏହାସହ ଅଗ୍ରପୂଜ୍ୟଙ୍କ ଏକ ବିରାଟ ପିତ୍ତଳ ମୂର୍ତ୍ତି ମ୍ୟୁଜିୟମ୍ର ମୁଖଶାଳାରେ ଶୋଭାପାଉଛି । ଯାହା ୫ଶହ ବର୍ଷ ପୂର୍ବର ବୋଲି କୁହାଯାଉଛି । ତେବେ କେବେଳ ଆଧୁନିକ ଯୁଗରେ ନୁହେଁ ବଂର ହଜାର ହଜାର ବର୍ଷ ପୂର୍ବେ ଲୋକମାନେ ବିଘ୍ନ ବିନାଶକଙ୍କ ପୂଜା ଅତି ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତି ବୋଲି ପ୍ରମାଣ ରହିଛି ।