ଲାଟିନ ଟାଙ୍କି ସେଣ୍ଟ୍ରିଂ ଖୋଲିବା ବେଳେ ଅଣନିଶ୍ବାସୀ ହୋଇ ୩ ଶ୍ରମିକ ମୃତ
ବାରଙ୍ଗ: ଲାଟିନ ଟାଙ୍କି ନେଲା ଜୀବନ । ଲାଟିନ ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ଯାଇ ୩ ଜଣଙ୍କ ମୃତ୍ୟୁ । ଟାଙ୍କି ଭିତରେ ଅଣ ନିଶ୍ୱାସୀ ହୋଇ ସେମାନଙ୍କ ଜୀବନ ଯାଇଛି । ବାରଙ୍ଗ ଥାନା ନରଣପୁରରେ ଘଟିଛି ଘଟଣା ।
ଅଭିଯୋଗ ଅନୁସାରେ, ନରଣପୁରରେ ନୂତନ ଭାବରେ ନିର୍ମାଣ ହୋଇଥିବା କୋଠା ଘରର ପାଇଖାନା ଟାଙ୍କିର ଛାତ ପଡିଥିଲା । ଆଜି ତିନି ଜଣ ଶ୍ରମିକ ସେହି ଛାତର ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଟାଙ୍କି ଭିତରେ ଅଣ ନିଶନିଶ୍ୱାସୀ ହୋଇ ପଡିଯାଇଥିଲେ । ବାହାରେ ଥିବା ଅନ୍ୟ ଶ୍ରମିକମାନେ ସେମାନଙ୍କୁ ଡାକ ଦେଇଥିଲେ ବି କିଛି ଉତ୍ତର ପାଇ ନଥିଲେ । ପରେ ଏନେଇ ବାରଙ୍ଗ ଅଗ୍ନିଶମ ଓ ପୋଲିସକୁ ଖବର ଦିଆଯାଇଥିଲା । ଖବର ପାଇବା ପରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିବା ପରେ ଏସସିବିରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।