ଜମ୍ମୁ ଓ କାଶ୍ମୀରରେ ଶାନ୍ତି ପ୍ରତିଷ୍ଠାକୁ ନେଇ କେନ୍ଦ୍ର ସରକାରଙ୍କୁ ଫାରୁକ ଅବଦୁଲ୍ଲାଙ୍କ କଟାକ୍ଷ

1 min read

ଜମ୍ମୁ ଓ କାଶ୍ମୀର: ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ କେନ୍ଦ୍ରକୁ ନ୍ଯାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲାଙ୍କ କଟାକ୍ଷ । ଜାମ୍ମୁ ଓ କାଶ୍ମୀରରେ ସ୍ବାଭାବିକ ଅବସ୍ଥା ଫେରିଛି ବୋଲି କେନ୍ଦ୍ର ବାହାବା ମାରୁଥିବା ବେଳେ ଫାରୁକ ଏହାକୁ ନେଇ ସମାଲୋଚନା କରିଛନ୍ତି । ସେ କହିଛନ୍ତି- ଜାମ୍ମୁ ଓ କାଶ୍ମୀରରେ ଯେତେ ବେଳେ  ସଶସ୍ତ୍ର ବାହିନୀ ରହିବେ ନାହିଁ ସେତେ ବେଳେ ହିଁ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି କହିବାକୁ ହେବ ।

ଆଗକୁ ସେ କହିଛନ୍ତି, ବର୍ତ୍ତମାନ ଗଳିକନ୍ଦିରେ ସଶସ୍ତ୍ର ବାହିନୀ ରହିଥିବାରୁ ସେଠାରେ ଶାନ୍ତି ପ୍ରତିଷ୍ଠା ହୋଇଛି ବୋଲି କହିବାର ଯଥାର୍ଥ ନାହିଁ । ଏହାସହ ଜାମ୍ମୁ ଓ କାଶ୍ମୀରକୁ ପୁଣି ଥରେ ରାଜ୍ଯ ମାନ୍ଯତା ଫେରାଇ ଦିଆଯାଉ ବୋଲି ଫାରୁକ ଦାବି କରିଛନ୍ତି ।

ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କୁ ସମାଲୋଚନା କରିବା ସହ କାହିଁକି ଜାମ୍ମୁ ଓ କାଶ୍ମୀରବାସୀ ଦିଲ୍ଲୀର ଭାଇସରାୟଙ୍କ ଅଧୀନରେ ରହିବେ ବୋଲି ସେ ପ୍ରଶ୍ନ କରିଛନ୍ତି । ପୂର୍ବରୁ ସେ କହିଥିଲେ- କଂଗ୍ରେସ ସହ ନ୍ଯାସନାଲ କନଫରେନ୍ସର ମେଣ୍ଟ କୌଣସି ବାଧ୍ଯବାଧକତାରେ ହୋଇ ନଥିଲା ବରଂ ଏହା ଥିଲା ଏକ ଆବଶ୍ଯକତା ।