ଖରାପ ସମୟରେ ହିନାଙ୍କ ହାତ ଛାଡିଦେଲେ ରକି !

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନ୍ନା ଖାନଙ୍କ ଜୀବନ ସଂଘର୍ଷମୟ ହୋଇପଡିଛି  । କିଛି ମାସରୁ ସ୍ତନ କର୍କଟ ସହ ଲଢେଇ କରୁଛନ୍ତି ହିନା  । ଏଭଳି ଖରାପ ସମୟରେ ନିଜ ପୋଷ୍ଟ ଜରିଆରେ ଦର୍ଶକଙ୍କୁ ସେ ମୋଟିଭେଟ୍‌ କରୁଛନ୍ତି  । ହିନାଙ୍କ ଲଗାତାର କେମୋଥେରାପୀ ଚିକିତ୍ସା ଚାଲିଛି  । ଯାହାର ସାଇଡ ଇଫେକ୍ଟ ବିଷୟରେ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି  ହିନା  । କିନ୍ତୁ ନିକଟରେ ସେ ଏଭଳି ଏକ ପୋଷ୍ଟ କରିଛନ୍ତି ଯାହା ଦେଖି ପ୍ରଶଂସକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି  ।

ଗୋଟିଏ ପଟେ ପରିବାର ଓ ପ୍ରଶଂସକ ହିନାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ଅନ୍ୟପଟେ ହିନା ଓ ତାଙ୍କ ବଏଫ୍ରେଣ୍ଡଙ୍କ ବ୍ରେକଅପ୍‌ ହୋଇଥିବା ନେଇ ଚର୍ଚ୍ଚା ହେଉଛି  । ହିନାଙ୍କ ପୋଷ୍ଟରୁ ଫ୍ୟାନ୍ସ ଅନ୍ଦାଜ ଲଗାଇଛନ୍ତି ଯେ ଏତେ ଖରାପ ସମୟରେ ରକି ହିନାଙ୍କ ସହ ସମ୍ପର୍କ ତୁଟାଇଦେଲେ  । ହିନା ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲ ଷ୍ଟୋରୀରେ ଏକ ଭିଡିଓ ସେୟାର କରିଛନ୍ତି  । ପୋଷ୍ଟରେ ସେ ଲେଖିଛନ୍ତି ଯଦି ମୁଁ ଜୀବନରେ କିଛି ଶିଖିଛି ତାହା ହେଉଛି ଆପଣଙ୍କୁ ଭଲ ପାଉଥିବା ଲୋକେ କେବେ ଆପଣଙ୍କୁ ଛାଡିକି ଯିବେ ନାହିଁ  । ଯଦି କିଏ ଛାଡିକି ଯାଉଛନ୍ତି ତେବେ ସେ ତୁମର ବ୍ୟବହାର କରିଥାନ୍ତି  ।

ହିନାଙ୍କ ଏଭଳି ପୋଷ୍ଟ ପରେ ୟୁଜର୍ସ ଭାବିବାକୁ ବାଧ୍ୟ ହେଉଛନ୍ତି ଯେ ରକିଙ୍କ ପାଇଁ ଏସବୁ ଲେଖିଛନ୍ତି ହିନା  । କିନ୍ତୁ ହିନା ଏନେଇ କାହା ନାଁ ନେଇ ନାହାନ୍ତି କି ବ୍ରେକ ଅପ୍‌ ଖୁଲାସା କରିନାହାନ୍ତି  ।ଯେବେ ଠାରୁ ହିନାଙ୍କ ସ୍ତନ କର୍କଟ ହୋଇଛି ସେବେଠୁ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିନାହିଁ  । କିନ୍ତୁ ବ୍ରେକ ଅପ୍‌କୁ ନେଇ ଉଭୟ କେଉଁଠି ମୁହଁ ଖୋଲି ନାହାନ୍ତି   ।