କେବେ ବିବାହ କରିବେ ତମନ୍ନା ? ଫ୍ୟାନ୍ସଙ୍କୁ କହିଲେ ସତ କଥା

ମୁମ୍ବାଇ: ବଲିଉଡରୁ ସାଉଥ ଇଣ୍ଡଷ୍ଟ୍ରୀ ପର୍ଯ୍ୟନ୍ତ ଅଭିନୟ ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିଥିବା ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ଚର୍ଚ୍ଚା ଏବେ ସବୁଠି  । ଦୀର୍ଘ ସମୟରୁ ଅଭିନେତା ବିଜୟ ବର୍ମାଙ୍କୁ ଡେଟିଂ କରୁଥିବା ନେଇ ଗୁଜବ ଉଠିଛି । ଦୁହିଁଙ୍କ ଫ୍ୟାନ୍ସ ମଧ୍ୟ ଉଭୟଙ୍କ ଯୋଡିକୁ ବେଶ୍‌ ପସନ୍ଦ କରନ୍ତି  । ଦୀର୍ଘଦିନରୁ ଡେଟିଂ କରୁଥିବା ଏହି ଯୋଡି କେବେ ବିବାହ କରିବେ ସେ ନେଇ ସଭିଙ୍କ ମନରେ ପ୍ରଶ୍ନ ? ନିକଟରେ ବିବାହକୁ ନେଇ ମୁହଁ ଖୋଲିଛନ୍ତି ସ୍ତ୍ରୀ ୨ ଅଭିନେତ୍ରୀ ତମନ୍ନା  ।

ଏହି ଦୁଇ ଷ୍ଟାର ରିଲେସନସିପ କଥାକୁ ନେଇ କେବେବି ଲୁଚାଇ ନାହାନ୍ତି  । ସଭିଙ୍କ ସାମନାରେ ଉଭୟଙ୍କ ସମ୍ପର୍କକୁ ନେଇ ଖୋଲାଖୋଲି କଥା ହୁଅନ୍ତି ଦୁଇ ଷ୍ଟାର । ବିବାହକୁ ନେଇ ତମନ୍ନାଙ୍କ ଏକ ଭିଡିଓ ଭାଇରାଲ ହେଉଛି  । ହାଇଦ୍ରାବାଦରେ ଆୟୋଜିତ ଏକ ଇଭେଣ୍ଟରେ ବିବାହ ଗୁଜବରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ତମନ୍ନା  । ଏକ ଦୋକାନ ଓପନିଂରେ ପହଞ୍ଚିଥିବା ତମନ୍ନା ମିଡିଆ ପ୍ରଶ୍ନର ସିଧା ଜବାବ ଦେଇଛନ୍ତି  । ସେ କହିଛନ୍ତି ମୋର ଏବେ ବିବାହ କରିବାର କୌଣସି ଇରାଦା ନାହିଁ  । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ପ୍ରଶଂସକ ଭାବିଥିଲେ ଯେ ତମନ୍ନା ଖୁବଶୀଘ୍ର ଅଭିନେତା ବିଜୟ ବର୍ମାଙ୍କୁ ବିବାହ କରିବେ  । କାରଣ ଉଭୟଙ୍କୁ ରାମ୍ପ ଶୋ ଠାରୁ ଆରମ୍ଭ କରି ପ୍ରତିଟି ଇଭେଣ୍ଟରେ ଏକାଠି ଦେଖିବାକୁ ମିଳେ  । କିନ୍ତୁ ବିବାହ କରିବା ପ୍ରଶ୍ନରେ ସେ କହିଛନ୍ତି ଏ ବିଷୟରେ ମୁଁ ଏଯାଏଁ କିଛି ଭାବି ନାହିଁ  । ନିକଟରେ ରିଲିଜ ସ୍ତ୍ରୀ ୨ର ଗୀତ ଆଜ କି ରାତରେ ତମନ୍ନାଙ୍କ ଜଲୱାକୁ ବେଶ ପସନ୍ଦ କରିଥିଲା ଦର୍ଶକ  ।