ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ ଗିରଫ, ୬ ଘଣ୍ଟା ଜେରା କରିଥିଲା ଇଡି

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଦିଲ୍ଲୀର ବିଧାୟକ ଅମାନତୁଲ୍ଲା ଖାନ ଗିରଫ। ଆଜି ଗିରଫ କରିଛି ଇଡି। ତାଙ୍କ ଘରେ ରେଡ୍ କରି ୬ ଘଣ୍ଟା ଜେରା କରିବା ପରେ ଅମାନତୁଲ୍ଲାଙ୍କୁ ଗିରଫ କରାଯାଇଛି। ଦିଲ୍ଲୀ ୱାକଫ ବୋର୍ଡରେ ନିଯୁକ୍ତି ଜାଲିଆତି ଓ ଏହାର ସଂପତ୍ତିକୁ ଲିଜ୍ ଦେବାରେ ଅନିୟମିତତା ତଥା ମନିଂ ଲଣ୍ଡରିଂ ହୋଇଥିବା ଅଭିଯୋଗ କରି ଇଡି ତାଙ୍କୁ ଗିରଫ କରିଛି।

ସେପଟେ ଆପ୍ ଅଭିଯୋଗ କରିଛି, ଇଡି ସିବିଆଇ ପରି କେନ୍ଦ୍ରୀୟ ଏଜେନ୍ସରି ଦୂରୁପଯୋଗ କରୁଛନ୍ତି କେନ୍ଦ୍ର ସରକାର। କୌଣସି ପ୍ରମାଣ ନ ଥାଇ କେବଳ ହଇରାଣ କରିବାକୁ ଆପ୍ ର ନେତାଙ୍କୁ ଟାର୍ଗେଟ କରାଯାଉଛି।

ଏହା ରାଜନୈତିକ ପ୍ରତିଶୋଧପରାୟଣତା ଛଡ଼ା କିିଛି ନୁହେଁ ବୋଲି କହିଛନ୍ତି ଆପ୍ ନେତା ସୌରଭ ଭରଦ୍ଵାଜ। ଅମାନତୁଲ୍ଲା ଦିଲ୍ଲୀ ୱାକଫ ବୋର୍ଡର ମୁଖ୍ୟ ଥିବା ବେଳେ ଜାଲିଆତି ହୋଇଥିବାର ଅଭିଯୋଗ ହୋଇଛି। ଆଜି ତାଙ୍କ ଘରେ ରେଡ୍ କରିବାକୁ ଯିବା ବେଳେ ଦିଲ୍ଲୀ ପୋଲିସ ଓ ପାରାମିଲିଟାରି ଫୋର୍ସ ପହରା ଦେଇଥିଲେ। ଅମାନତୁଲ୍ଲାଙ୍କ ଘରେ ରେଡ୍ ଓ ଗିରଫକୁ ଆପ୍ ନେତା ମନୀଷ ସିସୋସିଆ, ସଂଜୟ ସିଂହ ପ୍ରମୁଖ କଡ଼ା ନିନ୍ଦା କରିଛନ୍ତି।