ଚିକିଟି ମଦ ବିଭୀଷିକା: ଆଉ ଜଣଙ୍କ ମୃତ୍ୟୁ, ୪ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

ଗଞ୍ଜାମ: ଚିକିଟି ମଦମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୪ରେ ପହଞ୍ଚିଛି । ଆଜି ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି । ମୃତକ ହେଲା କରବାଲୁଆ ଗାଁର ବାୟା ସେଠୀ । ମଦ ପିଇ ଗୁରୁତର ହେବା ପରଠାରୁ ଏମକେସିଜିରେ ଆଇସିୟୁରେ ଚାଲିଥିଲା ଚିକିତ୍ସା ।

ବାୟାଙ୍କ ପୂବର୍ରୁ ଏହି ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଜେନାପୁରର ଜୁର ବେହେରା ଏବଂ ଲୋକନାଥ ବେହେରାଙ୍କ ମୃତ ଘଟିଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମଣ ବେହେରାଙ୍କ ମୃତ୍ୟୁ ଘଟିଥିଲା । ଏବେ ବାୟା ସେଠୀଙ୍କ ମୃତ୍ୟୁ ଘଟିଛି ।

ଏବେ ବି ଏହି ଘଟଣାରେ ଏମକେସିଜିର ଆଇସିୟୁରେ ଆହୁରି ୩ ଜଣଙ୍କ ଚିକିତ୍ସା ଚାଲିଛି ।