ଆଙ୍କୁଡେଶ୍ବରୀ ଗାଁରେ ଥମୁନି ଭୌତିକ କାଣ୍ଡ, ଆପେ ଆପେ କଟି ଯାଉଛି ଲୁଗା

ନନ୍ଦିଘୋଷ ବ୍ୟୁରୋ: ବାସୁଦେବପୁର ବ୍ଲକ ଖରିଦା ବିନାୟକପୁର ପଞ୍ଚାୟତର ଆଙ୍କୁଡେଶ୍ବରୀ ଗାଁରେ ଥମୁନି ଭୌତିକ କାଣ୍ଡ। ଆପେ ଆପେ କଟି ଯାଉଛି ଲୁଗା । ଦୁଇ ଫାଳ ହେଉଛି ଟଙ୍କା ।କଟି ଯାଉଛି ବେଲା ଯାଇଥିବା ପରଟା  ।  ଚାହୁଁ ଚାହୁଁ କଟି ଯାଉଛି ପିନ୍ଧା ଲୁଗା ।   ଦେହରେ ଲାଗୁଛି ବ୍ଲେଡ  ଦାଗ । ବ୍ଲେଡ ଲାଗି କଟି ଯାଉଛି ଦେହର ବିଭିନ୍ନ ଅଙ୍ଗ । ଆଙ୍କୁଡେଶ୍ବରୀ ଗାଁରେ ଘଟୁଛି ଏଭଳି ଭୌତିକ କାଣ୍ଡ । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ପରିବାର  । ଅନାଚନକ  ଭାବେ କଟୁଛି ଲୁଗା । ଗୋଟିଏ  ନୁହଁ କି ଦୁଇଟା ନୁହଁ ୩୦ ରୁ ଉର୍ଦ୍ଧ୍ବ ଲୁଗା କଟା ଯାଉଛି । ଗାଁର ନରେନ୍ଦ୍ର ନାୟକଙ୍କ ପରିବାର ଏଭଳି କାଣ୍ଡକୁ ନେଇ ଅତିଷ୍ଠ ହୋଇପଡ଼ିଲେଣି । ଦଶ ଦିନ  ଧରି ପୂଜା ପାଠ କରିବା ସହ ଗୁଣିଆଙ୍କୁ ବି ଡାକିସାରିଲେଣି। ହେଲେ କାମ ଦେଉନି ଗୁଣିଆଙ୍କ ଗୁଣି  । ପଚିଶି  ଦିନ ଧରି ଘଟୁଛି ଏମିତି ଭୌତିକ କାଣ୍ଡ  ।  ଲୁଗା  କଟା ପରେ ଚାରୋଟି ବ୍ଲେଡ ପାଇଥିଲେ । ଏହି ବ୍ଲେଡକୁ ପୋଡି ଦେଇ ଥିଲେ । କେହି ପରିବାର ମଧ୍ଯରେ କରୁଛନ୍ତି ବୋଲି ସନ୍ଦେହ କରି ସବୁ ଘର ଚାବି ପକାଇ ସପରିବାର  ବାହାରେ ବସି ରହିଲେ । କିଛି ଘଣ୍ଟା ପରେ ଦେଖିବା ବେଳକୁ ପୁନଶ୍ଚ ଲୁଗା କଟା ଯାଇଛି ।  ଗୁଣିଆଙ୍କ କଥାରେ ୧୫ରୁ ଉର୍ଦ୍ଧ୍ବ କଟା ଲୁଗା ପୋଡି ସାରିଲେଣି । ଲୋକମାନଙ୍କ ମଧ୍ଯରେ ଭୌତିକ କାଣ୍ଡକୁ ନେଇ  ଭୟର ବାତାବରଣ ସୃଷ୍ଟି ହୋଇଛି । ଏଭଳି ଘଟଣାକୁ ନେଇ ପଡୋଶୀ କହିଛନ୍ତି ଏମିତି ଭୌତିକ କାଣ୍ଡ  ଆମେ କେବେ ଦେଖି ନଥିଲୁ କି ଶୁଣିନଥିଲୁ  ।