ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର

ଭୁବନେଶ୍ବର: ବିଧାନସଭାରେ ଉପସ୍ଥାପିତ ହେଲା ଗୃହ ବିଭାଗର ଶ୍ୱେତପତ୍ର । ୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଛି । ୨୦୨୩ରେ ରାଜ୍ୟରେ ମୋଟ୍ ୧ ଲକ୍ଷ ୯୯ ହଜାର ୯୫୪ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ଯରେ ରହିଥିଲା ୧୩ ଶହ ୬୨ଟି ହତ୍ୟା, ୩୨୦ଟି ଡକାୟତି, ୨୯୬୧ ଲୁଣ୍ଠନ ମାମଲା । ୧୬ ହଜାର ୮୫୧ଟି ଚୋରି, ୨ ହଜାର ୧୯୬ଟି ପ୍ରତାରଣା ମାମଲା ରୁଜୁ ହୋଇଥିଲା । ଏହାଛଡ଼ା ୧ ହଜାର ୬୫୫ଟି ଦଙ୍ଗା, ୧୧ ହଜାର ୯୯୨ଟି ମୋଟରଯାନ ଦୁର୍ଘଟଣା ମାମଲା ରହିଛି ।

୧୪ ହଜାର ‌୬୭୦ଟି ବିବିଧ ମାମଲା ଅନ୍ତର୍ଭୁକ୍ତ ରହିଛି । ୨୦୨୩ରେ ୨ ହଜାର ୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରେ ୩୬୨ଟି ଆର୍ଥିକ ଠକେଇ ମାମଲା ରହିଥିଲା । ମହିଳାମାନଙ୍କ ସୁରକ୍ଷା ନିମନ୍ତେ ୨୯ଟି ଜିଲ୍ଲାରେ ଆଇୟୁସିଏଡବ୍ଲୁ ୟୁନିଟ ଖୋଲାଯାଇଛି । ମହିଳା ଓ ଶିଶୁ ବିରୋଧରେ ତଦନ୍ତ ଦକ୍ଷତା ବୃଦ୍ଧି ପାଇଁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଅଧିକାରୀଙ୍କୁ ତାଲିମ ଦିଆଯାଉଛି । ପୋକସୋ ମାମଲାର ବିଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ୨୪ଟି ସ୍ବତନ୍ତ୍ର ଅଦାଲତ କରାଯାଇଛି ।