ସଂରକ୍ଷଣ ଦାବି ନେଇ ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ବର: ଏସସି, ଏସଟି ଓ ଓବିସି ବର୍ଗର ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ନେଇ ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲେ କଂଗ୍ରେସ ବିଧାୟକ । ଏସଟିରେ ୨୨ ପ୍ରତିଶତ ଓ ଏସସିରେ ୧୬ ପ୍ରତିଶତ ହେବା କଥା ହେଲେ ଏଏସିକୁ ୮ ପ୍ରତିଶତ ଓ ଏସଟିକୁ ୧୨ ପ୍ରତିଶତ ଭାବରେ ଆଡମିଶନ ପାଇଁ ନିଆଯାଇଛି ଓ ଓବିସି କେଟାଗୋରୀକୁ ଜିରୋ କରିଦିଆଯାଇଛି ।  ଏଥିପାଇଁ ୯୪ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଅନ୍ୟାୟ କରାଯାଉଛି ବୋଲି ଦଳ ଅଭିଯୋଗ ଆଣିଛି ।

ଏନେଇ ବିଧାନସଭାରେ ଦଳ ମୁଲତବୀ ଆଣିଥିଲା ଓ ଆଜି ଏନେଇ ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ଦାବି କରିଛି । ରାଜ୍ୟ ସରକାର ପଦକ୍ଷେପ ନେଉ ନଥିବାରୁ ରାଜ୍ୟପାଳ ଏନେଇ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କଂଗ୍ରେସ ବିଧାୟକ କହିଛନ୍ତି ।