ଶଙ୍ଖ ଭବନରେ ନବୀନ, ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କରିବେ ଉଦଘାଟନ

ଭୁବନେଶ୍ବର: ଶଙ୍ଖ ଭବନରେ ପହଞ୍ଚିଲେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଆଉ କିଛି ସମୟ ପରେ ବିଜେଡି ନବ ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ କରିବେ ଉଦଘାଟନ । ବିଧାନସଭାର କାର୍ଯ୍ୟଶୈଳୀ ବାବଦରେ ଜ୍ଞାନ ଦେବେ ଦଳର ପୁରୁଖା ବିଧାୟକ ଓ ପୂର୍ବତନ ବିଧାୟକ ।

ନୂଆ ବିଧାୟକଙ୍କୁ ଗୃହର ଗରିମା, ଗୃହରେ ଆଲୋଚନା ଶୈଳୀ, କାର୍ଯ୍ୟପନ୍ଥା ବାବଦରେ ପ୍ରଶିକ୍ଷଣ ଦିଆଯିବ । ଗଠନମୂଳକ ବିରୋଧି ଦଳ ଭାବେ ସରକାରଙ୍କୁ ଶାଣିତ ସମାଲୋଚନାର କଳା କୌଶଳ ଶିଖାଯିବ । ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାୟକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିବେ । ମ୍ଯାଟର ଅଫ ପବ୍ଲିକ ଇମ୍ପୋରଟାନ୍ସ ଉପରେ ପ୍ରଶିକ୍ଷଣ ଦେବେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର । ହାଉସ କମିଟି, ଷ୍ଟାଣ୍ଡିଂ କମିଟି, ସୋସିଆଲ ମିଡିଆ ସମ୍ପର୍କରେ ବି ତାଲିମ ପ୍ରଦାନ କରାଯିବ ।