ନୟାଗଡ଼ର ୪ ଜେଲରେ ଚଢ଼ାଉ, ପ୍ରଚୁର ପରିମାଣରେ ନିଶାଦ୍ରବ୍ୟ ଜବତ

1 min read

ନୟାଗଡ଼: ନୟାଗଡ଼ ପୋଲିସ ପକ୍ଷରୁ ବଡ଼ ଧରଣର ଚଢ଼ାଉ l ଜିଲ୍ଲାର ମୁଖ୍ୟ ଜେଲ ସମେତ ରଣପୁର, ଦଶପଲ୍ଲା, ଖଣ୍ଡପଡା ସବଜେଲରେ ହୋଇଛି ଚଢ଼ାଉ । ଜେଲ ଭିତରେ ବେଆଇନ କାର୍ଯ୍ୟ ଚାଲୁଥିବା ଅଭିଯୋଗ ମିଳିବା ପରେ ନୟାଗଡ଼ ଏସପି ରାହୁଲ ଜୈନ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠ ପୋଲିସ ଅଧିକାରୀ, ସ୍ଥାନୀୟ ପୋଲିସ ଓ ମାଜିଷ୍ଟ୍ରେଟଙ୍କୁ ନେଇ ଏହି ଚଢ଼ାଉ କରାଯାଇଛି ।

ଚଢ଼ାଉ ବେଳେ ନୟାଗଡ଼ ଜେଲ ଭିତରେ ପୁଳା ପୁଳା ଗୁଟଖା ପୋଲିସ ହାତରେ ଲାଗିଛି । ଏହାସହ ଅନ୍ତେବାସୀଙ୍କଠାରୁ ପ୍ରାୟ ୧୫ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ସେହିପରି ବିଡି, ସିଗାରେଟ, ଖଇନି ଓ ଦିଆସିଲି ମଧ୍ୟ ଜବତ କରାଯାଇଛି ।

ଜେଲ ଭିତର ଏ ସବୁ ଦ୍ରବ୍ୟ ନେବାକୁ ଅନୁମତି ନାହିଁ । ତେବେ ଜେଲ୍ ଭିତରକୁ ଏହା କେମିତି ଆସିଲା ତାହାର ତନାଘନା ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତମାନଙ୍କ ସହ ଜେଲର କେଉଁ କେଉଁ କର୍ମଚାରୀ ସମ୍ପୃକ୍ତ ଅଛନ୍ତି ତାହାର ଯାଞ୍ଚ କରାଯାଉଛି ।