ଡେବ୍ୟୁରେ ଏହି ରେକର୍ଡ କଲେ ଦକ୍ଷିଣ ଆଫ୍ରିକୀୟ ଖେଳାଳି

1 min read

ନନ୍ଦିଘୋଷ ବ୍ୟୁରୋ: ଦିନେ କହିଥିଲେ କି, ମୁଁ ବୁମରାଙ୍କଠାରୁ ଭଲ ବୋଲର । ଅଣ୍ଡର-୧୯ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଦଳ ପାଇଁ ଖେଳିଥିବା ମଫାକା ଏକ ନୂଆ ରେକର୍ଡ ଅର୍ଜନ କରିଛନ୍ତି । ସର୍ବକନିଷ୍ଠ ଖେଳାଳିଭାବେ ସେ ଦକ୍ଷିଣଆଫ୍ରିକା ଦଳରେ ଖେଳିବାର ସୁଯୋଗ ପାଇଛନ୍ତି । ୧୮ ବର୍ଷ ୧୩୮ ଦିନର ବୟସ୍କ ଖେଳାଳି । କମ ବୟସର ଖେଳାଳି ଆନ୍ତର୍ଜାତୀୟ ଦଳରେ ଡେବ୍ୟୁ କରିଛନ୍ତି । ଦକ୍ଷିଣଆଫ୍ରିକା ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜ ହେଉଛି । ଏହି ସିରିଜରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଡେବ୍ୟୁ କରିଛନ୍ତି ମଫାକା । ପ୍ରଥମ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିଥିଲେ । ୪ ଓଭର ବୋଲିଂ ମାତ୍ର ୨୫ ରନ ବ୍ୟୟ କରି ଗୋଟିଏ ଓ୍ବିକେଟ ଅକ୍ତିଆର କରିଥିଲେ ମଫାକା । ସେପଟେ ଗତ ଆଇପିଏଲରେ ମଧ୍ୟ ଡେବ୍ୟୁ କରିସାରିଛନ୍ତି ମଫାକା । ସେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳିଛନ୍ତି ।  ଅଣ୍ଡର-୧୯ ବିଶ୍ବକପରେ ୬ ମ୍ୟାଚରେ ୨୧ ଓ୍ବିକେଟ ଅକ୍ତିଆର କରି ସମସ୍ତଙ୍କ ନଜରକୁ ଆସିଥିଲେ ମଫାକା । ଆଉ ସେ ଦେଇଥିବା ଏକ ପ୍ରତିକ୍ରିୟା ବେଶ ଭାଇରାଲ ହୋଇଥିଲା । କହିଥିଲେ କି, ମୁଁ ବୁମରାଙ୍କଠାରୁ ଭଲ ବୋଲର ।