ଜର୍ମାନର ସୋଲିଙ୍ଗେନରେ ଛୁରାମାଡ: ୩ମୃତ, ୪ଗୁରୁତର

ନନ୍ଦିଘୋଷ ବ୍ୟୁରୋ: ଜର୍ମାନୀରେ ଏକ ଉତ୍ସବରେ ଛୁରାମାଡରେ ୩ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସୋଲିଙ୍ଗେନର ୬୫୦ବର୍ଷ ପୂର୍ତ୍ତି ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ଏକ ଉତ୍ସବରେ ଛୁରାମାଡ ହୋଇଥିଲା। ଖବର ଅନୁଯାୟୀ, କେନ୍ଦ୍ରୀୟ ବର୍ଗ ଫ୍ରାଉନହୋଫରେ ଏହି ଆକ୍ରମଣ ହୋଇଥିବା ବେଳେ ଘଟଣାସ୍ଥଳରୁ ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି । ଆକ୍ରମଣକାରୀଙ୍କୁ ଧରିବା ପାଇଁ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି। ଏଥିସହ ଆତଙ୍କବାଦୀ ଲିଙ୍କର ମଧ୍ୟ ପୋଲିସ ସନ୍ଦେହ କରୁଛି ।

ସୂଚନା ଅନୁଯାୟୀ ସୋଲିଙ୍ଗେନ ୬୫୦ତମ ବାର୍ଷିକୀ ପାଳନ ପାଇଁ ସହରରେ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ।  ଘଟଣାସ୍ଥଳରେ ଅନେକ ଆମ୍ବୁଲାନ୍ସ ଏବଂ ପୋଲିସ କର୍ମଚାରୀ, ଏବଂ ଏକ ହେଲିକ୍ୟାପ୍ଟର ଉଡୁଥିବାର ଦେଖାଯାଇଛି | ସୋଲିଙ୍ଗେନର ଜନସଂଖ୍ୟା ୧ଲକ୍ଷ ୬୦ହଜାର ଥିବା ବେଳେ ଏହା କୋଲନ ଏବଂ ଡ୍ୟୁସେଲଡର୍ଫର ବଡ଼ ସହର ନିକଟରେ ଅବସ୍ଥିତ । ସ୍ଥାନୀୟ ଖବରକାଗଜ ରିପୋର୍ଟ ଅନୁଯାୟୀ କର୍ତ୍ତୃପକ୍ଷ ଲୋକଙ୍କୁ ସହର ଛାଡିବାକୁ କହିଛନ୍ତି।

ଏହି ଦୁର୍ଘଟଣାରେ ମେୟର ଟିମ୍ କୁର୍ଜବାକ୍ ଦୁଃଖପ୍ରକାଶ କରିଛନ୍ତି । ଏବଂ ନିଜ ଫେସବୁକ୍ ପେଜରେ ଲେଖିଛନ୍ତି ଯେ, ଆଜି ସନ୍ଧ୍ୟାରେ ସୋଲିଙ୍ଗେନରେ ଘଟିଥିବା ଦୁର୍ଘଟଣା ପାଇଁ ଆମେ ସମସ୍ତେ ଚକିତ, ଭୟ ଏବଂ ବହୁତ ଦୁଃଖ ଅନୁଭବ କରୁଛୁ । ଏଥିସହ ମେୟର ଉଦ୍ଧାର ଏବଂ ସୁରକ୍ଷା କର୍ମୀଙ୍କୁ ସେମାନଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇବା ସହ ଜୀବନ ପାଇଁ ସଂଗ୍ରାମ କରୁଥିବା ପୀଡିତଙ୍କ ପାଇଁ ପ୍ରାର୍ଥନା କରିଛନ୍ତି ।