ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଭାଗରେ ୨୦ ଶିଶୁ ଅସୁସ୍ଥ

1 min read

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ବିଭାଗରେ ୨୦ ଶିଶୁ ଅସୁସ୍ଥ। ଆଣ୍ଟିବାୟୋଟିକ ଇଞ୍ଜେକ୍ସନ ନେଇ ବର୍ଷକରୁ ୫ବର୍ଷ ମଧ୍ୟରେ ପ୍ରାୟ ୨୦ଜଣ ଶିଶୁଙ୍କଠାରେ ଦେଖାଦେଇଛି ପାର୍ଶ୍ବପ୍ରତିକ୍ରିୟା। ଏହାକୁ ନେଇ ଶିଶୁ ୱାର୍ଡରେ ଥିବା ଅଭିଭାବକମାନେ ଭୟଭୀତ ହୋଇପଡିଥିଲେ । ଫଳରେ କିଛି ସମୟ ଧରି ୱାର୍ଡ ପରିସର ଓ ଚିକିତ୍ସାଳୟରେ ଉତ୍ତେଜନା ପ୍ରକାଶ ପାଇଥିଲ।

ଖବରପାଇ ଅତିରିକ୍ତ ଜିଲ୍ଲା ମେଡିକାଲ ଚିକିତ୍ସାଧିକାରୀ ଡାକ୍ତର ସଂଗ୍ରାମ କେଶରୀ ଭୋଳ, ଶିଶୁ ବିଶେଷଜ୍ଞ ସନ୍ତୋଷ ସାହୁ, ଡାକ୍ତର ସସ୍ମିତା ରଥ ପ୍ରମୁଖ ୱାର୍ଡକୁ ଯାଇ ଶିଶୁଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥଲେ । ଇଞ୍ଜେକସନ ନେବା ପରେ ଶିଶୁମାନଙ୍କ କମ୍ପ ଜ୍ବର ଆସିବା ସହ ପେଟ କାଟିଥିଲା। କେତେକ ଶିଶୁଙ୍କ ବାନ୍ତି, ଝାଡ଼ା ଓ ପରିସ୍ରା ହୋଇଥିଲା। ଶିଶୁମାନେ ନିଶ୍ୱାସ ମଧ୍ୟ ନେଇପାରିନଥିଲେ ।

ଜଣଙ୍କ ଠାରେ ଅକ୍ସିଜେନ ଲାଗିଥିଲା । ଏହାପରେ ଶିଶୁ ବିଭାଗ ବିଶେଷଜ୍ଞ ଏବଂ ଫାର୍ମାସିଷ୍ଟ ମାନେ ଅସୁସ୍ଥ ଶିଶୁ ମାନଙ୍କର ତୁରନ୍ତ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲା ଚିକିତ୍ସାଧିକାରୀ ସଂଗ୍ରାମ କେଶରୀ ଭୋଳ କହିଛନ୍ତି- ଏହାଏକ ମାଇନର ରିଆକ୍ସନ । ଇଞ୍ଜେକ୍ସନ, ଡିଷ୍ଟିଲ ୱାଟର, ସାଲାଇନ୍ – କେଉଁଥିରେ ସମସ୍ୟା ଅଛି, ସେ ସମ୍ପର୍କରେ ଆମେ ଅନୁଧ୍ୟାନ କରୁଛୁ । ବର୍ତ୍ତମାନ ଶିଶୁମାନେ ସୁସ୍ଥ ଅଛନ୍ତି।