ମଟନ୍‌ ଠୁ ବି ଅଧିକ ଦରରେ ବିକ୍ରି ହୁଏ କୋରାପୁଟର ଶ୍ରାବଣ ଛତୁ

କୋରାପୁଟ: ଶ୍ରାବଣ ମାସରେ ଶ୍ରାବଣ ଛତୁ । ପାଟିକୁ ସୁଆଦ, ଦେହକୁ ହିତ । ମଟନ ଠାରୁ ବି ଢେର ଅଧିକ ମୂଲ୍ଯ । ସହରୀ ଲୋକଙ୍କ ବେଶ ପସନ୍ଦ ଛତୁ ଓ କଢି । କିଲୋଗ୍ରାମ ପିଛା ଦର ଏକ ହଜାର ଟଙ୍କା । ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାକୁ ଆସିଛି ଏହି ଶ୍ରାବଣ ଛତୁ । ସାରା ରାଜ୍ୟରେ କେବଳ କୋରାପୁଟ ଜିଲ୍ଲାରେ ମିଳିଥାଏ ଏହି ଛତୁ । ବର୍ଷା ଦିନିଆ ଏହି ଜଙ୍ଗଲୀ ଖାଦ୍ଯ ସମସ୍ତଙ୍କ ପସନ୍ଦ । ଏହାର ସ୍ବାତ ଅନ୍ଯ ଛତୁଠାରୁ ବେଶ ନିଆରା । ତେଣୁ ସହରି ଲୋକେ ଏହାକୁ ଅଧିକ ପସନ୍ଦ କରନ୍ତି ।

ପ୍ରାକୃତିକ ଉପାୟରେ ଜଙ୍ଗଲ ଏବଂ ପାହାଡିଆ ଅଞ୍ଚଳରେ ଏହି ଛତୁ ମିଳିଥାଏ । ବର୍ଷା ୩ ମାସ ଏହି ଛତୁ ମିଳୁଥିବାରୁ ଏହାର ମୂଲ୍ଯ ଏକ ହଜାରରୁ ଅଧିକ ଟଙ୍କାରେ ବିକ୍ରି ହୋଇଥାଏ ।

ଶ୍ରାବଣ ଛତୁ ଖାସ କରି କୋରାପୁଟ ଜିଲାର ଗୁପ୍ତେଶ୍ଵର, ବୈପାରିଗୁଡା ଓ ବନ୍ଧୁଗାଁ ଅଞ୍ଚଳରେ ଆଦାୟ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ କିଲୋ ପ୍ରତି ଦର ରହିଛି ପ୍ରାୟ ଦୁଇ ହଜାର ଟଙ୍କା । କିନ୍ତୁ ବଜାରରେ ଏହାର ମାତ୍ରା ବଢିବା ପରେ ୫ଶହ ରୁ ୬ଶହ ଟଙ୍କାରେ ମିଳିଥାଏ । ପ୍ରତ୍ୟକ ଦିନ ଜୟପୁର ବଜାରରେ ଫୁଟପାଟ ସହିତ ପରିବା ବଜାରକୁ ବେପାରୀ ଛତୁ ନେଇ ଆସନ୍ତି । ଏହାର ଚାହିଦା ଅଧିକ ଥିବାରୁ ଆଦିବାସୀ ଅଞ୍ଚଳରେ ଲୋକେ ବେଶ ଦୁଇପଇସା ରୋଜଗାର କରନ୍ତି ।