ଆମେରିକାରେ ବନ୍ଧାହେଲେ ଭାରତୀୟ ଡାକ୍ତର, ରଖିଥିଲେ ୧୩ ହଜାର ଅଶ୍ଲୀଳ ଭିଡିଓ କ୍ଲିପ୍

ନନ୍ଦିଘୋଷ ବ୍ୟୁରୋ: ଡାକ୍ତରଙ୍କୁ ଲୋକେ କଳି ଯୁଗର ଭଗବାନ ବୋଲି ମାନନ୍ତି । କିନ୍ତୁ ଆମେରିକାରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଡାକ୍ତର ଜଣକ ନାବାଳିକାଙ୍କଠାରୁ ଆରମ୍ଭ କରି ମହିଳାଙ୍କୁ କରିଥିଲେ ଦୁଷ୍କର୍ମ । ଚିକିତ୍ସା ନାଁରେ ଦୁଷ୍କର୍ମ କରୁଥିବା ଭଳି ଅଭିଯୋଗ ହୋଇଛି । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କି, ସେ ମହିଳାଙ୍କ ପୋଷାକ ବଦଳାଇବା ଏବଂ ସେମାନଙ୍କ ଅଶ୍ଲୀଳ ଭିଡିଓ ମଧ୍ୟ ରଖିଛନ୍ତି । ବିଭିନ୍ନ ସ୍ଥାନରେ ସିସିଟିଭି ମାଧ୍ୟମରେ ଏହାକୁ ଉଠାଇଛନ୍ତି । ୧୩ ହଜାର ଭିଡିଓ କ୍ଲିପ ଜବତ କରିଛି ପୋଲିସ । ତେବେ ଆମେରିକାରେ ଧରା ପଡ଼ିଥିବା ଏହି ଡାକ୍ତର ଜଣକ ଭାରତର । ସେ ୨୦୧୧ ମସିହାରୁ ଯାଇ ଆମେରିକାରେ ରହିଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ ହେବେ କି, ଡାକ୍ତରଙ୍କୁ ଖୋଦ ତାଙ୍କ ପତ୍ନୀ ଧରାଇଛନ୍ତି । ସ୍ବାମୀଙ୍କ ପାପ ଏତେ ବଢ଼ି ଯାଇଥିଲା କି, ଶେଷରେ ସ୍ତ୍ରୀ ସ୍ବାମୀଙ୍କ ଗୁମର ଖୋଲିଛନ୍ତି ।

୨ କୋଟି ଭାରତୀୟ ମୁଦ୍ରା ବଣ୍ଡରେ ଆମେରିକାରେ ଜେଲରେ ରଖାଯାଇଛି । ୨ଜଣେ ୨ ବର୍ଷର ନାବାଳିକାଙ୍କ ଭିଡିଓ କ୍ଲିପ ମଧ୍ୟ ଉତ୍ତୋଳନ କରିଥିବାର ଭିଡିଓ ଦେଖିବାକୁ ମିଳିଛି । ଅଗଷ୍ଟ ୮ ତାରିଖରେ ଡାକ୍ତର ଜଣ ଗିରଫ ହୋଇଛନ୍ତି । କିନ୍ତୁ ଖବରରୁ ଜଣା ପଡ଼ିଛି କି, ଏହା ପୂର୍ବରୁ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ରହିନଥିଲା । ଶେଷ ଖବର ସୁଦ୍ଧା ୧୩ ହଜାର କ୍ଲିପ ପୋଲିସର ହସ୍ତଗତ ହୋଇଥିବାବେଳେ  ଆହୁରି ଅନେକ କ୍ଲିପ ରହିଥିବା ଅନୁମାନ କରାଯାଉଛି । ହଉଏତ ସେ କ୍ଲାଉଡ ଷ୍ଟୋରେଜରେ ଅପଲୋଡ କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଇଛି । ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି ପୋଲିସ ।