ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ସବୁବେଳେ ରହିଛି ବିଜେଡି

ନନ୍ଦିଘୋଷ ବ୍ୟୁରୋ: ଅନୁସୂଚିତ ଜାତି ଓ ଜନଜାତିଙ୍କ ସହ ସବୁବେଳେ ରହିଛି ବିଜେଡି । ରାଜ୍ଯରେ ଏସସିଏସଟିଙ୍କ ବିକାଶ ପାଇଁ ବିଜେଡି ସରକାର ଅନେକ କାମ କରିଛି । ୯ ଜିଲ୍ଲାରେ ଗଠନ ହୋଇଥିବା ଏସଡିସିକୁ ୨୩ଜିଲ୍ଲାକୁ ସଂପ୍ରସାରିତ କରିଥିଲେ ପୂର୍ବତନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ କହିଛନ୍ତି, ପଣ୍ଡିତ ରଘୁନାଥ ମୂର୍ମ, ସହିଦ ଲକ୍ଷ୍ମଣ ନାୟକ, ରେଣ୍ଡୋ ମାଝୀଙ୍କ ନାଁରେ ୩ଟି ମେଡିକାଲ କଲେଜର ନାମକରଣ କରାଯାଇଛି । ସେହିପରି ବିର୍ସାମୁଣ୍ଡାଙ୍କ ନାମରେ ରାଉରକେଲାରେ ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ନିର୍ମିତ ହୋଇଛି । ୫ଟି ବର୍ଗ କୁଇ, ମୁଣ୍ଡାରୀ, ଭୂମୀ, ସଉରାଙ୍କୁ ଜନଜାତିରେ ସାମିଲ କରିବାକୁ ବିଜେଡି ସବୁବେଳେ କାର୍ଯ୍ଯ କରିଆସିଛି । ୧୩୫ଟି ଉପବର୍ଗକୁ ଏସଟି ବର୍ଗରେ ସାମିଲ ପାଇଁ ବିଜେଡି କାର୍ଯ୍ଯ କରିଆସୁଛି। ଏବେ ସାରା ଦେଶରେ ଏସସିଏସଟି ଆନ୍ଦୋଳନ କରୁଛନ୍ତି । ଏସସିଏସଟିଙ୍କ ମଧ୍ଯରେ ବିଭାଜନକୁ ନେଇ ଅସନ୍ତୋଷ ଦେଖାଦେଇଛି । ମାତ୍ର କେନ୍ଦ୍ରର ବିଜେପି ସରକାର କୌଣସି ପ୍ରତିକ୍ରିୟା ନରଖି ନିରବ ରହିଛନ୍ତି । ୨୦୧୪ରୁ କେନ୍ଦ୍ରରେ ବିଜେପି ସରକାର ଥିବାବେଳେ ଆଦିବାସୀଙ୍କ ପାଇଁ କୌଣସି କାମ କରିନଥିବା ବିଜେଡି ଅଭିଯୋଗ କରିଛି ।