କିଏ ଦେଇଛି ଭାରତ ବନ୍ଦ ଡାକରା ? କଣ ରହିବ ବନ୍ଦ କଣ ରହିବ ଖୋଲା ?

ଭୁବନେଶ୍ବର: ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ରିଜର୍ଭେସନ ବଚାଓ ସଂଘର୍ଷ ସମିତି  । ସୁପ୍ରିମକୋର୍ଟର ସଂରକ୍ଷଣ ରାୟକୁ ବିରୋଧ କରି ଅଗଷ୍ଟ ୨୧ରେ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବାକୁ ନିଷ୍ପତ୍ତି ନିଆଯାଇଛି  । କିନ୍ତୁ କଣ ବନ୍ଦ କଣ ଖୋଲା ଜାଣନ୍ତୁ  ।

  • ଭାରତ ବନ୍ଦକୁ ସମର୍ଥନ ଦେଇଛନ୍ତି ତିନି ଦଳ । ବିଏସପି, ଜେଏମଏମ ଓ ଆରଜେଡି ।
  • ରିପୋର୍ଟ ଅନୁସାରେ ତିନି ରାଜ୍ୟ ରାଜସ୍ଥାନ, କେରଳ ଓ ଉତ୍ତର ପ୍ରଦେଶରେ ବନ୍ଦ ପ୍ରଭାବ ପଡିବ  ।
  • ବନ୍ଦ ପ୍ରଭାବରେ କଣ ଖୋଲା ରହିବ କି କଣ ବନ୍ଦ ରହିବ ସେ ନେଇ କୌଣସି ଘୋଷଣା ହୋଇନାହିଁ  ।
  • କିଛି କିଛି ସ୍ଥାନରେ ସାଧାରଣ ପରିବହନରେ ପ୍ରଭାବ ପଡିପାରେ  ।
  • ଜରୁରୀ କାଳୀନ ସେବା ହସ୍ପିଟାଲ, ଆମ୍ବୁଲାନ୍ସ ଆଦି ଚାଲୁ ରହିବ  ।
  • ବ୍ୟାଙ୍କ ବା ସରକାରୀ ଅଫିସ ବନ୍ଦ ନେଇ ସରକାରଙ୍କ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ  ।
  • ଶିକ୍ଷାନୁଷ୍ଠାନ ବି ଖୋଲା ରହିବ  ।
  • ବନ୍ଦ ଡାକରା ଦେଇଥିବା ଦଳ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦକୁ ସମର୍ଥନ ଦେବାକୁ ଅପିଲ୍‌ କରିଛନ୍ତି  ।