spot_img

Latest Posts

ବାପାଙ୍କୁ ‘ଇଞ୍ଜିନିୟର ପୁଅ କିନ୍ନର ବୋହୂ କରିଥିଲେ ହତ୍ୟା’

ନନ୍ଦିଘୋଷ ବ୍ୟୁରୋ: ବ୍ରହ୍ମପୁର ଅଯୋଧ୍ୟାନଗର ହତ୍ଯାକାଣ୍ଡ ଉପରୁ ହଟିଲା ପରଦା। ଘରେ ରହୁଥିବା କିନ୍ନର ସହ ବାପାକୁ ହତ୍ଯା କରିଥିଲା ପୁଅ। ହତ୍ଯାକାଣ୍ଡ ଘଟାଇ ଦେଇଥିଲେ ଦୁର୍ଘଟଣାର ରୂପ। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅଯୋଧ୍ଯାନଗର ତୃତୀୟ ଲାଇନରେ ରହୁଥିବା ଗରିବବନ୍ଧୁ ପଣ୍ଡାଙ୍କ ମୃତ୍ଯୁ ରହସ୍ୟର ପର୍ଦ୍ଦାଫାସ କରିଛି ପୋଲିସ। ହତ୍ଯାକାଣ୍ଡରେ ଇଂଜିନିୟର ପୁଅ ସନ୍ଦୀପ ପଣ୍ଡା ଓ ଘରେ ରହୁଥିବା କିନ୍ନର ଶ୍ରୀୟାର ହାତ ଥିବା କହିଛି ପୋଲିସ। ଉଭୟଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଘରେ ରହୁଥିବା କିନ୍ନର ଶ୍ରୀୟାଙ୍କ ପ୍ରକୃତ ନାଁ ପ୍ରବୀଣ କୁମାର ଶର୍ମାI ଘର ମହାରାଷ୍ଟ୍ର ଠାଣେ ଜିଲ୍ଲା କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ। ସନ୍ଦୀପ ପୂର୍ବରୁ ବିବାହିତ। ସେ ମୁମ୍ବାଇରେ ଚାକିରୀ କରୁଥିଲେ। ସନ୍ଦୀପ ଜଣେ କିନ୍ନରଙ୍କ ସହ ସମ୍ପର୍କ ରଖିବାରୁ ତାଙ୍କ ପତ୍ନୀ ଛାଡି ଚାଲି ଯାଇଛନ୍ତି। ଉଭୟ ସନ୍ଦୀପ ଓ କିନ୍ନର ଶ୍ରୀୟା ୩ ମାସ ହେଲା ବାପା ଗରିବବନ୍ଧୁଙ୍କୁ ପାଖରେ ରହୁଥିଲେ। ଅନେକ ସମୟରେ ସେମାନେ ବାପା ଗରିବବନ୍ଧୁଙ୍କୁ ଗାଳିଗୁଲଜ ସହ ମାଡ଼ ମାରୁଥିବା ତଦନ୍ତରୁ ଜଣାପଡିଛି।୧୫ ତାରିଖ ରାତିରେ ଉଭୟ ନିଶାସକ୍ତ ଅବସ୍ଥାରେ ଗରିବବନ୍ଧୁଙ୍କ ସହ ଝଗଡ଼ା କରିଥିଲେ। ତାଙ୍କ ଉପରକୁ ଟେବୁଲ ଫ୍ୟାନ୍ ଓ ଷ୍ଟିଲ ଆଲମିରା ପକାଇ ଦେଇଥିଲେ। ୧୬ ତାରିଖ ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ MKCG ନେବାବେଳେ ମୃତ୍ୟୁ ଘଟିଥିଲା Iଏହାକୁ ଦୁର୍ଘଟଣାର ରୂପ ଦେବାକୁ ଘରର ବିଭିନ୍ନ ସ୍ଥାନରେ ପଡ଼ିଥିବା ରକ୍ତଛିଟାକୁ ପୋଛି ପ୍ରମାଣ ଲୁଚାଇବାକୁ ଚେଷ୍ଟା କରିଥିଲେ ଉଭୟ। ଶବ ବ୍ୟବଚ୍ଛେଦ ରିପୋର୍ଟରେ ବାପା ଗରିବବନ୍ଧୁଙ୍କ ଛାତିର ହାଡ଼ ଭାଙ୍ଗି ଯାଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା I ଏନେଇ ଡାକ୍ତରଙ୍କ ପକ୍ଷରୁ ଖବର ପରେ ହତ୍ୟା ସନ୍ଦେହ କରିଥିଲା ପୋଲିସ ।

Latest Posts

Don't Miss