କୋଲକାତା ଲଜ୍ଜା : ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା : କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ  ।  ୩ ଜଣିଆ ଖଣ୍ଡପୀଠରେ ହେବ ମାମଲାର ଶୁଣାଣି  । ଅଗଷ୍ଟ ୨୦ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି  ଡି. ଓ୍ବାଇ ଚନ୍ଦ୍ରଚୂଡ , ଜେବୀ ପାରଦିବାଲ୍ ଓ ମନୋଜ ମିଶ୍ରାଙ୍କ ଦ୍ବାରା ମିଳିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ।

ମଙ୍ଗଳବାର ଦିନ ସିଜିଆଇ ଜଷ୍ଟିସ୍ ଡି. ଓ୍ବାଇ ଚନ୍ଦ୍ରଚୂଡ , ଜଷ୍ଟିସ୍ ଜେବୀ ପାରଦିବାଲ୍ ଏବଂ ଜଷ୍ଟିସ୍ ମନୋଜ ମିଶ୍ରାଙ୍କ ଦ୍ବାରା ମିଳିତ ଖଣ୍ଡପୀଠ ପ୍ରଥମେ ଏହି ମାମଲାର ଶୁଣାଣି କରିବେ । ମଙ୍ଗଳବାର ଦିନ ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିବା ମାମଲାରେ କୋଲକାତାର ଏହି ମାମଲା ୬୬ ନଂ ସିରିଏଲ୍ ରେ ରହିଛି  ।  କିନ୍ତୁ ପ୍ରାଥମିକତା ଆଧାରରେ ଏହି ମାମଲାର ପ୍ରଥମେ ଶୁଣାଣି ହେବ ବୋଲି ୩ ଜଣିଆ ଖଣ୍ଡପୀଠ କହିଛନ୍ତି  ।

ସୂଚନା ଅନୁସାରେ , ୧୭ ଅଗଷ୍ଟରେ ଦେଶବ୍ୟାପୀ ହିଂସା ଏବଂ ଡାକ୍ତର ସଂଘଙ୍କ ପ୍ରତିବାଦକୁ ନେଇ ସୁପ୍ରିମକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା  । ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିବା ଚିଠିରେ କୋଲକାତାରେ ଅଗଷ୍ଟ ୯ରେ ହୋଇଥିବା ପିଜି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ହତ୍ୟା ଘଟଣାରେ ସୁପ୍ରିମକୋର୍ଟ ଏହି ମାମଲାକୁ ନିଜ ଅକ୍ତିଆରରେ ନିଅନ୍ତୁ ବୋଲି ଅନୁରୋଧ କରାଯାଇଥିଲା ।

ଆବଦେନକାରୀ ଡାକ୍ତର ମୋନିକା ସିଂହଙ୍କର ଓକିଲ ସତ୍ୟମ ସିଂହ ଅଦାଲତକୁ ଅନୁରୋଧ କରିଥିଲେ ଯେ , ୧୪ ଅଗଷ୍ଟରେ ଆରଜି କର ମେଡିକାଲ୍ କଲେଜରେ ହୋଇଥିବା ହିଂସାର ନିରପେକ୍ଷ ତଦନ୍ତ କରାଯାଉ ।