ଚିଟ୍ ଫଣ୍ଡ୍ ମାଲିକଙ୍କ କାରନାମା, ଲୋକଙ୍କ ଟଙ୍କାରେ ବିଦେଶୀ ଝିଅଙ୍କୁ ନେଇ କରୁଥିଲା ପାର୍ଟି

1 min read

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଉନ୍ନାଓ ଗାଁରେ ଟଙ୍କା ଡବଲ କରିଦେବା ଲୋଭ ଦେଖାଇ ଲୋକଙ୍କ କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଛି ଚିଟଫଣ୍ଡ କମ୍ପାନୀ ମାଲିକ । କିଏ ନିଜ ଗହଣା ବନ୍ଧା ପକାଇ ଟଙ୍କା ଜମା କରିଥିଲା ତ କିଏ ଲୋନ ଆଣି  ଏବଂ କିଏ ସମ୍ପର୍କୀୟଙ୍କ ଟଙ୍କା ଆଣି ଜମା କରିଥିଲେ । ଯେତେବେଳେ ଟଙ୍କା ଫେରସ୍ତ ନ ମିଳିଲା , ସେତେବେଳେ ଲୋକମାନେ ଏହି ଚିଟଫଣ୍ଡ କମ୍ପାନୀ ଉପରେ ବିକ୍ଷୋଭ କରିଥିଲେ । ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକ ମାନଙ୍କୁ ଶାନ୍ତ କରିଥିଲେ  । ହେଲେ ଚିଟଫଣ୍ଡ କମ୍ପାନୀ ମାଲିକ ଲୋକଙ୍କ ଟଙ୍କାକୁ ନେଇ ନିଜ ସଉକ ପୂରା କରିବାରେ ଲଗାଇ ଦେଇଛି । ଦାମୀ ଗାଡି ଏବଂ ବିଳାଶପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ଲୋକଙ୍କ କଷ୍ଟ ଅର୍ଜିତ ଧନକୁ ଉଡାଇ ଦେଇଛି ।

ସୂଚନା ଅନୁଯାୟୀ, ଗଞ୍ଜମୁରଦାବାଦରେ ରହୁଥିବା ଅନଓ୍ୱାରୁଦ୍ଦିନ ଓରଫ ରାଜୁ ଏବଂ ତାର ଦୁଇ ପୁଅ ରାବାଜ ଏବଂ ଅଦନାନ ମିଶିକରି  ଏକ ଚିଟଫଣ୍ଡ କମ୍ପାନୀ ଖୋଲିଥିଲେ  । ଯାହାର ନାମ ଅରବାଜ ଟ୍ରେଡିଙ୍ଗ ଓ ସେୟାର ବଜାର ରଖିଥିଲେ । ଯେଉଁଥିରେ ଟଙ୍କା ଡବଲ ହେବା ସହ ୧୫ରୁ ୨୦ ପ୍ରତିଶତ ପ୍ରତି ମାସରେ ଲୋନ ମିଳିପାରିବ ଭଳି ଜିନଷ ଲୋକଙ୍କୁ କହି ଟଙ୍କା ହଡପ କରୁଥିଲେ ।

ଲୋକଙ୍କ କହିବା ମୁତାବକ, କିଛିଦିନ ପର୍ଯ୍ୟନ୍ତ ଟଙ୍କା ଫେରସ୍ତ କରୁଥିଲା କିନ୍ତୁ ଧିରେ ଧିରେ ଟଙ୍କା ଦେବା ପୁରା ବନ୍ଦ କରିଦେଲା । ଟଙ୍କା ଫେରସ୍ତ ନମିଳିବାରୁ ଲୋକମାନେ କମ୍ପାନୀର ଚକ୍କର କାଟିକାବୁ ଲାଗିଲେ  । ଏହା ପରେ ପରେ ଚିଟଫଣ୍ଡ କମ୍ପାନୀ ବାହାରେ ଲୋକ ମାନେ ହଙ୍ଗାମା କରିବା ଆରମ୍ଭ କରିଦେଲେ । ସେମାନଙ୍କ କହିବା କଥାଯେ, ବାପ ପୁଅ ମିଶି ଆମ ଟଙ୍କାକୁ ନିଜ ସଉକ ପୂରା କରାବାରେ ଉଡାଇଦେଇଛନ୍ତି  ।

ଏହି ଚିଟଫଣ୍ଡ କମ୍ପାନୀ ମାଲିକ ଅରବାଜ ଏବଂ ଉଦନାନ ଉଭୟ ଲକଜ୍ୟୁରୀ ଗାଡିରେ ବୁଲୁଥିଲେ , ସେଲିବ୍ରିଟି ଭଳି ଆରାମ ଦାୟକ ଜୀବନ ବଞ୍ଚୁଥିଲେ  । ନେତା, ମନ୍ତ୍ରୀଙ୍କ ସହ ଉଠାବସା କରୁଥିଲା । ହୋଟେଲରେ  ପାର୍ଟି କରି ୫୦୦-୫୦୦ ନୋଟ ଉଡାଉଥିଲେ । ତାଙ୍କ ସହ କାମ କରିୁଥିବା ଏଜେଣ୍ଟ ଭଲ ଫାଇଦା ମିଳୁଥିଲା । ଏପରିକି ଏମାନଙ୍କ ପାର୍ଟିରେ ବିଦେଶୀ ଝିଅ ବି ଆସୁଥିବା ଜଣାପଡିଛି । ବିଦେଶୀ ଝିଅଙ୍କ ସହ ମଉଜ ମଜଲିସ କରୁଥିବାର ଅନେକ ଭିଡିଓ ଭାଇରାଲ ମଧ୍ୟ ହୋଇଛି ।

ଏବେ ଚିଟଫଣ୍ଡ କମ୍ପାନୀରେ ନିଜ ଝାଳବୁହା ଟଙ୍କା ଲଗାଇଥିବା ଲୋକେ ନିଜ ଟଙ୍କା ଫେରସ୍ତ ନେବାକୁ କମ୍ପାନୀ  ବାହାରେ ଧାରଣାରେ ବସିଲେଣି । ହେଲେ ନା ସେମାନଙ୍କୁ ତାଙ୍କ ଟଙ୍କା ଫେରସ୍ତ ମିଳୁଛି ନା ଆଶ୍ୱାସନା । ଏହି ମାମଲା ପାଖାପାଖି ୪ରୁ ୫ ମାସ ଧରି ଚାଲିଛି । ହେଲେ ପୋଲିସ କେବଳ କାର୍ଯ୍ୟାନୁଷ୍ଠାନର ଆଶ୍ୱାସନା ଦେଉଛି ହେଲେ ଏଯାଏଁ କୌଣସି ସୁଫଳ ମିଳିନାହିଁ ।