ଗାଁ ହଷ୍ଟେଲରେ ଭୂତ ଭୟ ଘଟଣା : ଭୂତ ତଡିବାକୁ ବସିଲା ବୈଠକ

ମାଲକାନଗିରି : ଭୂତ ଲାଗି ବୈଠକ। ବୈଠକରେ ସାମିଲ ହେଲେ ଗାଁ ମୁଖିଆ, ସରପଞ୍ଚ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବାସିନ୍ଦା । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ଗାଁ ହଷ୍ଟେଲରେ ଭୂତ ଭୟ ପାଇଁ ଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଘଟଣାରେ ରାତିରେ ବୈଠକ କରିଛନ୍ତି ଗାଁ ଲୋକେ । ଏକାଠି ହୋଇ ଭୂତକୁ ତଡିବା ପାଇଁ କରିଛନ୍ତି ଆଲୋଚନା । ଦୁଇ ଦିନ ମଧ୍ୟରେ ଭଲ ତାନ୍ତ୍ରିକକୁ ହଷ୍ଟେଲକୁ ଆଣି ପୂଜାପାଠ କରାଯିବ । ଶାନ୍ତ ପରିବେଶ ଓ ସୁସ୍ଥ ବାତାବରଣ ସୃଷ୍ଟି ହେବା ପରେ ଅନ୍ତେବାସୀଙ୍କୁ ପୁଣି ହଷ୍ଟେଲକୁ ଫେରାଇ ଅଣାଯିବ ବୋଲି କହିଛନ୍ତି ସରପଞ୍ଚ ଓ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ।