ନବୀନ ନିବାସ ଲୋକାରଣ୍ୟ, ନବୀନଙ୍କୁ ଭେଟିଲେ ଶତାଧିକ ଛାତ୍ର ଛାତ୍ରୀ, ଯୁବ ଓ ମହିଳା ନେତୃବୃନ୍ଦ

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସ ଲୋକାରଣ୍ୟ । ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ପାଲଲହଡା , ବୋଲଗଡ଼ ବେଗୁନିଆ ବିଧାନସଭା ନିବର୍ଚନମଣ୍ଡଳୀର ସରପଞ୍ଚ, ଜିଲ୍ଲାପରିଷଦ ସଭ୍ୟ, ପଞ୍ଚାୟତ ସଭ୍ୟ, ବ୍ଲକ ଅଧ୍ୟକ୍ଷଙ୍କ ସମେତ ଶହ ଶହ ଦଳୀୟ କର୍ମୀ ଏବଂ ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀର ଯୁବ, ଛାତ୍ର ଛାତ୍ରୀ, ମହିଳା ନେତୃବୃନ୍ଦ । ସେମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିବା ସହ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ସଂଙ୍କଳ୍ପବଦ୍ଧଭାବେ କାମ କରିବାକୁ ଘୋଷଣା କରିଛନ୍ତି । ଏହି ଅବସରରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ଦଳୀୟ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରାଯିବ ବୋଲି ଘୋଷଣା କରିଥିଲେ ନବୀନ । ଏହି ସାକ୍ଷାତ ସମୟରେ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରୟଣ ଜେନା, ବୋଲଗଡ଼ ବେଗୁନିଆ ବିଧାୟକ ପ୍ରଦୀପ ସାହୁ ଏବଂ ପାଲଲହଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ମୁକେଶ ପାଲ ପ୍ରମୁଖ ଉପସ୍ଥିତ ଥିଲେ ।