ବଜ୍ରାଘାତରେ ସ୍ଵାମୀ ଓ ସ୍ତ୍ରୀ ମୃତ

1 min read

ନନ୍ଦିଘୋଷ ବ୍ୟୁରୋ: ବଜ୍ରାଘାତରେ ସ୍ଵାମୀ ଓ ସ୍ତ୍ରୀ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ସିଙ୍ଗାରପୁରା ଗାଁରେ । ବିଲରେ କାମ କରୁଥିବା ବେଳେ ବ୍ରଜାଘାତରେ ଚାଲିଗଲା ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ଜୀବନ l ମୃତକ ହେଲେ ସିଙ୍ଗାରପୁରା ଗାଁର ଲଚ୍ଛମନ ମୁର୍ମୁ ଓ ସାକର ମୁର୍ମୁ l ସେହିପରି ଭଦ୍ରକ ଆଗରପଡା ବ୍ଲକ ଗୋପୀନାଥପୁରରେ ବଜ୍ରାଘାତରେ ଜଣଙ୍କ ମୃତ୍ଯୁ । ଘଟଗାଁ ହରିଚନ୍ଦନପୁର ବ୍ଲକ ଧୁରିଡିଆମ୍ବ ଗାଁରେ ବଜ୍ରାଘାତରେ ଜଣଙ୍କର ମୃତ୍ଯୁ ଘଟିଛି ।