କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା: କ୍ଷୋଭ ପ୍ରକାଶ କଲେ ସିନେ ତାରକା

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ଦେଶବ୍ଯାପୀ ଡାକ୍ତର ଧର୍ମଘଟ ଚାଲିଛି । ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡର ସିନେ ତାରକାମାନେ ମଧ୍ୟ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ଘଟଣାରେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ, ପରିଣୀତି ଚୋପ୍ରା ଏବଂ ଅନୁଷ୍କା ଶର୍ମାଙ୍କ ସହ ଅନେକ ଷ୍ଟାର ଦୁଃଖ ସହ କ୍ରୋଧ ପ୍ରକାଶ କରିଛନ୍ତି। ପରିଣୀତି ଚୋପ୍ରା ଅପରାଧୀଙ୍କୁ ଫାଶୀ ଦେବା ପାଇଁ ଦାବି କରିଛନ୍ତି ।

ଅଭିନେତ୍ରୀ ଆଲିଆ ଭଟ୍ଟ କୋଲକାତା ଟ୍ରେନି ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ୨୦୧୨ ରେ ଘଟିଥିବା ନିର୍ଭୟା ଦୁଷ୍କର୍ମ ମାମଲା ସହିତ ତୁଳନା କରିଥିଲେ। ସେ କହିଛନ୍ତି ଯେ, ମହିଳାମାନେ କୌଣସି ସ୍ଥାନରେ ସୁରକ୍ଷିତ ନୁହଁନ୍ତି, ଯେଉଁଥିପାଇଁ ବହୁତ କମ୍ ପରିବର୍ତ୍ତନ ହୋଇଛି । ଅନୁଷ୍କା ଶର୍ମା ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ ଏନେଇ କ୍ରୋଧ ପ୍ରକାଶ କରିଛନ୍ତି।