ନିର୍ମାଣର ୧୦ ଦିନରେ ଭାଙ୍ଗିଲା ଡ୍ରେନ୍ !

ତାଳଚେର : ନିର୍ମାଣର ୧୦ ଦିନ ନବିତୁଣୁ ଭାଙ୍ଗିଲା ଡ୍ରେନ୍। ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗ ଆଣିଲେ ଗ୍ରାମବାସୀ। କଣିହାଁ ବିରୁ ଗାଁରେ ଦେଖିବାକୁ ମିଳିଛି ଏଭଳି ସମସ୍ଯା। ପଞ୍ଚାୟତ ପକ୍ଷରୁ ଗାଁ ଖେଳ ପଡିଆ ପାଖରେ ୫ ଲକ୍ଷ ୫୭ ହଜାର ଟଙ୍କା ବ୍ୟୟ ଅଟକଳରେ ଏକ କଂକ୍ରିଟ ଡ୍ରେନ ନିର୍ମାଣ ହୋଇଥିଲା। ପାହାଡରୁ ଗଡି ଆସୁଥିବା ପାଣିକୁ ବାଲିଭାଗ ବନ୍ଧରେ ସଂଗ୍ରହ କରି ଏହି ଡ୍ରେନ ସାହାଯ୍ୟରେ ଚାଷ ଜମିରେ ମଡାଇବାର ଉଦ୍ଦେଶ୍ୟ ଥିଲା। କିନ୍ତୁ ସାମାନ୍ୟ ବର୍ଷାରେ ଏହି ଡ୍ରେନର ଗୋଟିଏ ପଟ କାନ୍ଥ ଭାଙ୍ଗି ଗଳି ପଡ଼ିଲାଣି। ନିମ୍ନ ମାନର କାର୍ଯ୍ୟ ହୋଇଥିବା ନେଇ ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ।  ଅଭିଯୋଗକୁ ଖଣ୍ଡନ କରିଛନ୍ତି ସରପଞ୍ଚ।