କଇଁଚି ଭୁସି ଟ୍ରେଲରଙ୍କୁ ମାରି ଦେଲେ ଆଉ ଜଣେ ଟ୍ରେଲର

ଅନୁଗୁଳ: ସ୍ବାଧୀନତା ଦିବସକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଥିବା ବେଳେ ଅନୁଗୁଳ ଜିଲ୍ଲାରେ ଘଟିଛି ନିର୍ମମ ହତ୍ୟା । ସାମାନ୍ୟ ବଚସାରୁ ଜଣେ ଟ୍ରେଲର ଆଉ ଜଣେ ଟ୍ରେଲରଙ୍କୁ କଇଁଛି ଭୁସି କରିଛନ୍ତି ହତ୍ୟା । ଘଟଣା ଅନୁଗୁଳ ସନ୍ତ୍ରୀ ଗାଁରେ ଘଟିଛି । ମୃତକ ଜଣଙ୍କ ହେଲେ ମଧୁସୂଦନ ନାୟକ ।

ମିଳିଥିବା ତଥ୍ୟ ଅନୁସାରେ ଯାଜପୁର ଅଞ୍ଚଳର ମଧୁସୂଦନ ସନ୍ତ୍ରୀ ଗାଁରେ ରହି ଟେଲରିଂ ଦୋକାନ କରିଥିଲେ । ତାଙ୍କ ଦୋକାନ ନିକଟରେ ଟୁନା ନାମକ ଜଣେ ବ୍ୟକ୍ତିଙ୍କର ମଧ୍ୟ ଟେଲରିଂ ଦୋକାନ ଥିଲା । ଆଜି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ବେଳେ ଉତ୍ତ୍ୟକ୍ତ ହୋଇ ଟୁନା ଏକ କଇଁଚିରେ ହଠାତ ମଧୁସୂଦନଙ୍କୁ ଆକ୍ରମଣ କରିଥିଲେ । ସେ କଇଁଚିରେ ମଧୁସୂଦନଙ୍କ ଛାତି, ପିଠି ଓ ବେକକୁ ବାରମ୍ବାର ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ମଧୁସୂଦନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖବର ପାଇ ବଅଁରପାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।