ଏମିତି ଗାଁ, ଯେଉଁଠି ପ୍ରତିଦିନ ଜାତୀୟ ସଂଗୀତ ଗାନ ସହ ଜାତୀୟ ପତାକା ଉତ୍ତୋଳନ ହୁଏ

1 min read

ନନ୍ଦିଘୋଷ ବ୍ୟୁରୋ: ଗାନ୍ଧୀଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଲୁଲଙ୍ଗ ପଞ୍ଚାୟତର କୀର୍ତ୍ତନପାଲି ଗାଁ । ଯେଉଁଠି ପ୍ରତିଦିନ ଜାତୀୟ ସଂଗୀତ ଗାନ ହେବା ସହ ଜାତୀୟ ପତାକା ଉତ୍ତୋଳନ ହୋଇଥାଏ । ଏଥିସହ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷମାଲ୍ୟ ଅର୍ପଣ କରାଯାଇଥାଏ l ମହାତ୍ମା ଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଗାଁକୁ ସ୍ବଚ୍ଛ ରଖିବା ସହ ପ୍ରତି ଘରେ ପାଇଖାନା ସ୍ଥାପନ କରିଯାଇଛି । ଏହାସହ ଗାଁରେ ନିଶା ସେବନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗ୍ରାମବାସୀଙ୍କ ଭାତୃଭାବ, ସ୍ଵଛତା, ନିଶାମୁକ୍ତ, ବାହ୍ୟ ମଳମୁକ୍ତ ପରିବେଶ ପାଇଁ ଗାଁକୁ ବହୁବାର ପ୍ରଶାସନିକ ସ୍ତରରେ ପୁରସ୍କାର ମିଳିଛି l