ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ବଢୁଛି ଅଡୁଆ

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ପାଇଁ ବଢୁଛି ଅଡୁଆ । ୯ ଦିନରେ ରୁଜୁ ହେଲାଣି ଦୁଇ ଦୁଇଟି ମାମଲା । ଢାକାରେ ହସିନାଙ୍କ ବିରୋଧରେ ଏକ ହତ୍ୟା ମାମଲା ମଙ୍ଗଳବାର ରୁଜୁ ହୋଇଥିଲା  । ଜଣେ ଗ୍ରୋସରୀ ଦୋକାନୀଙ୍କ ହତ୍ୟା ଘଟଣାରେ ଏହି ହତ୍ୟା ମାମଲା ରୁଜୁ ହୋଇଥିଲା  । ବୁଧବାର ହସିନାଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି । ୨୦୧୫ରେ ଜଣେ ଓକିଲଙ୍କୁ ଅପହରଣ ଘଟଣାରେ ଏହି ମାମଲା ରୁଜୁ ହୋଇଛି  । ହସିନାଙ୍କ ସହ ତାଙ୍କ କ୍ୟାବିନେଟର ଅନ୍ୟ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଆଇନଜୀବୀ ସୋହେଲ୍ ରାଣା ଢାକାରେ ଏହି ମାମଲା ରୁଜୁ କରିଛନ୍ତି । ଫେବୃଆରୀ ୧୦, ୨୦୧୫ରେ ହସିନାଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ । କିଛିଦିନର ଅକଥନୀୟ ନିର୍ଯ୍ୟାତନା ପରେ ତାଙ୍କୁ ରାଜସାହିରେ ଛାଡ଼ିଦିଆଯାଇଥିଲା । ଅଗଷ୍ଟ ୫ ତାରିଖରେ ଦେଶ ଛାଡ଼ି ଭାରତ ଆସିଥିଲେ ଶେଖ୍ ହସିନା । ବାଂଲାଦେଶରେ ବିରାଟ ଛାତ୍ର ଆନ୍ଦୋଳନ ପରେ ପ୍ରଧାନମନ୍ତ୍ରୀ ପଦରୁ ଦେଇଥିଲେ ଇସ୍ତଫା ।