ଛାଡ଼ପତ୍ର ଦେଇଥିଲେ, ଝିଅ ପାଇଁ ପୁଣିଥରେ ସ୍ବାମୀଙ୍କ ପାଖକୁ ଫେରିବେ..

ନନ୍ଦିଘୋଷ ବ୍ୟୁରୋ: ଅଭିନେତ୍ରୀ ଚାରୁ ଏବଂ ସ୍ବାମୀ ରାଜୀବଙ୍କ ଛାଡ଼ପତ୍ର ମାମଲା ବେଶ ଚର୍ଚ୍ଚାରେ ରହିଥିଲା । ଉଭୟଙ୍କ ଏକ ଝିଅ ମଧ୍ୟ ରହିଛି, କିନ୍ତୁ ସେମାନେ ଛାଡ଼ପତ୍ର ଦେଇ ଅଲଗା ଅଲଗା ରହୁଥିଲେ । ଚାରୁ ଏବଂ ରାଜୀବଙ୍କ ମାମଲାକୁ ନେଇ ଗଣମାଧ୍ୟମରେ ଖବରର ଶିରୋନାମା ପାଲଟିଥିଲା । ଚାରୁ ସ୍ବାମୀ ରାଜୀବଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଟ୍ରୋଲର ଶିକାର ହୋଇଥିଲେ ଚାରୁ । କିନ୍ତୁ ଏବେ ସେ ପୁଣିଥରେ ସ୍ବାମୀଙ୍କ ପାଖକୁ ଫେରୁଛନ୍ତି । ଝିଅର ଭବିଷ୍ୟତ ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଜଣା ପଡ଼ିଛି । ତେବେ ସୋସିଆଲ ମିଡିଆରେ ତାଙ୍କୁ ୟୁଜର୍ସମାନେ ବିଭିନ୍ନ କେମଣ୍ଟମାନ କରୁଥିବାବେଳେ ଚାରୁ କହିଛନ୍ତି କି, ଲୋକଙ୍କ କାମ ହେଉଛି କହିବା । ଯିଏ ଯାହା କହିଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ । ମୋ ଝିଅର ଭବିଷ୍ୟତ ଚିନ୍ତା କରିବା ମୋର କର୍ତ୍ତବ୍ୟ । ଆମେ ଅଲଗା ହେବା ପରେ ମଧ୍ୟ ରାଜୀବ ଝିଅକୁ ଦେଖା କରିବା ପାଇଁ ଯେବେ ଯାଆନ୍ତି ମୁଁ କେବେ ବାରଣ କରେ ନାହିଁ ।

କହି ରଖୁଛୁ କି, ଚାରୁ ଏବଂ ରାଜୀବଙ୍କ ବିବାହ ୨୦୧୯ ମସିହାରେ ହୋଇଥିଲା । ସେମାନଙ୍କ ଗୋଟିଏ ଝିଅ ରହିଥିବାବେଳେ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଦୂରତା ବଢ଼ିଥିଲା । ରାଜୀବ ହେଉଛନ୍ତି ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ।