ପୁଣି ଚର୍ଚ୍ଚାରେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ସେଲିବ୍ରେଟୀଙ୍କ ସହ ଚାଲିଛି କଣ?

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟ ଦଳର ଦକ୍ଷ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣିଥରେ ଖବରର ଶିରୋନାମା ପାଲଟିଛନ୍ତି । ଜଣେ ବିଦେଶୀ ସେଲିବ୍ରେଟୀଙ୍କୁ ଡେଟ୍ କରୁଥିବା ଖବର ଏବେ ଚର୍ଚ୍ଚା ହେଉଛି । ଉଭୟ ନିଜର ଇନଷ୍ଟାଗ୍ରାମ ପେଜରେ ସେମାନଙ୍କ ଫଟୋ ଓ ଭିଡିଓ ସେୟାର କରିଛନ୍ତି । ଉଭୟ କୁଲ ମାଇଣ୍ଡରେ ନଜର ଆସିଛନ୍ତି । ବ୍ରିଟିସ ସିଙ୍ଗର ଜସ୍ମିନଙ୍କ ସହ ପାଣ୍ଡ୍ୟାଙ୍କ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି, ପାଣ୍ଡ୍ୟା ତାଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅନନ୍ୟା ପାଣ୍ଡେଙ୍କ ପରେ ଏବେ ଜସ୍ମିନଙ୍କ ସହ ପାଣ୍ଡ୍ୟାଙ୍କ ନାମକୁ ଯୋଡ଼ା ଯାଉଛି । ଜସ୍ମିନ ଜଣେ ପ୍ରସିଦ୍ଧ ୟୁଟ୍ୟୁବର । ସେ ଜଣେ ସିଙ୍ଗର ମଧ୍ୟ, ବଲିଉଡରେ ମଧ୍ୟ କିଛି ଗୀତ ଗାଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତାଙ୍କ ଜନ୍ମ ଇଂଲଣ୍ଡରେ ହୋଇଥିବାବେଳେ ପ୍ରଥମେ ସେ ବ୍ରିଟିସ୍ ଧାରାବାହିକରେ ଅଭିନୟ କରୁଥିଲେ । ପରେ ୨୦୧୪ରେ ନିଜର ଏକ ୟୁଟ୍ୟୁବ ଖୋଲିଥିଲେ । ତାଙ୍କର ଗୀତ ଗାଇବାର ରୁଚି ଆଉ ପେଶା ତାଙ୍କୁ ପରିଚିତ କରିଛି । ଏବେ ସେ ପାଣ୍ଡ୍ୟାଙ୍କ ସହ ନଜର ଆସିଥିବାବେଳେ ସେମାନଙ୍କ ମଧ୍ୟରେ କଣ ସମ୍ପର୍କରେ ରହିଛି ତାହା ସେମାନଙ୍କୁ ଜଣା । ଏଯାବତ ଉଭୟ ଗଣମାଧ୍ୟମ ସମ୍ମୁଖରେ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।