ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ଆଜି ସାରା ଦେଶରେ ଓପିଡି ସେବା ବନ୍ଦ

କୋଲକାତା: ଡାକ୍ତରୀ ପିଜି ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ପ୍ରତିବାଦରେ ସାରା ଦେଶରେ ତେଜୁଛି ଅସନ୍ତୋଷ। ଆଜି ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ କାର୍ଯ୍ଯବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଆନ୍ଦୋଳନରୁ ଜରୁରୀ ସେବାକୁ ବାଦ୍ ଦିଆଯିବ। ଗତକାଲି ଅନେକ ସ୍ଥାନରେ ଡାକ୍ତରମାନେ ପ୍ରତିବାଦ କରିଛନ୍ତି। କ୍ଯାଣ୍ଡେଲ ଜାଳି ପ୍ରତିବାଦ ଜଣାଇଛନ୍ତି।

ସେପଟେ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଏଥିରେ ସନ୍ତୁଷ୍ଟ ନୁହନ୍ତି ଡାକ୍ତରମାନେ। ମହିଳା ଡାକ୍ତରଙ୍କୁ ସବୁ ପ୍ରକାର ସୁରକ୍ଷା ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି। ସେପଟେ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ପୋଲିସକୁ ଦେଇଛନ୍ତି ଚେତାବନୀ। ଯଦି ମାମଲାର ଶୀଘ୍ର ସମାଧାନ କରାନଯାଏ, ତେବେ ସିବିଆଇ ହାତରେ ମାମଲା ଦେବାକୁ ପଛାଇବେ ନାହିଁ ବୋଲି କହିଛନ୍ତି ମମତା ।